24.1 C
Bhubaneswar
Sunday, May 4, 2025
Homeଦେଶ ବିଦେଶଆଣ୍ଟାର୍ଟିକାରେ ବୃହତ୍ତମ ବିମାନର ପ୍ରଥମ ଅବତରଣ

ଆଣ୍ଟାର୍ଟିକାରେ ବୃହତ୍ତମ ବିମାନର ପ୍ରଥମ ଅବତରଣ

ଲଣ୍ଡନ:  ସର୍ବବୃହତ୍ ଯାତ୍ରୀବାହୀ ବିମାନଭାବେ ମାନ୍ୟତାଲାଭ କରିଥିବା ବୋଇଙ୍ଗ୍ ୭୮୭ (ଡ୍ରିମ୍‌ଲାଇନର) ପ୍ରଥମ ଥର ପାଇଁ ଆର୍ଣ୍ଟାର୍ଟିକାରେ ଅବତରଣ କରିଛି । ନର୍ସେ ଆଟଲାଣ୍ଟିକ୍ ଏୟାରୱେଜ୍‌ର ଏହି ବିମାନ ବୁଧବାର ଆଣ୍ଟାର୍ଟିକାର ଟ୍ରୋଲ ଏୟାରଫିଲ୍ଡରେ ଅବତରଣ କରିଥିବା କୁହାଯାଇଛି । ୩୩୦ ଯାତ୍ରୀଙ୍କ ପାଇଁ ବସିବାର ସୁବିଧା ଥିବା ଏହି ୱାଇଡ୍ ବଡି (ପ୍ରଶସ୍ଥ) ବିମାନ ୬ଷ୍ଠ ମହାଦେଶକୁ ଯାତ୍ରା କରିଛି ଏବଂ ଏଭଳି ମାଇଲଖୁଣ୍ଟ ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ନର୍ସେ ଏୟାରୱେଜ୍ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ବରଫାବୃତ ଆଣ୍ଟାର୍ଟିକା ମହାଦେଶରେ ପ୍ରଥମ ଥର ଏଭଳି ଏକ ବୃହତ୍ତମ ବିମାନ ଅବତରଣ କରିଛି । ବୈଜ୍ଞାନିକ ଯନ୍ତ୍ରପାତି ସହ ଉକ୍ତ ବିମାନରେ ନରୱେଜିଆନ୍ ପୋଲାର ଇନ୍‌ଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକଙ୍କ ସମେତ ମୋଟ ୪୫ ଯାତ୍ରୀ ଆଣ୍ଟାର୍ଟିକାରେ ଅବତରଣ କରିଛନ୍ତି । ନରୱେର ରାଜଧାନୀ ଓସ୍‌ଲୋରୁ ଏହି ବିମାନ ସୋମବାର ଉଠାଣ ଆରମ୍ଭ କରିଥିବାବେଳେ ଦକ୍ଷିଣ ଆଫ୍ରିକାର କେପ୍ ଟାଉନ୍‌ରେ କିଛି ସମୟ ରହି ଆଣ୍ଟାର୍ଟିକା ଅଭିମୁଖେ ଯାତ୍ରା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking