23.1 C
Bhubaneswar
Thursday, November 14, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର କରିବା ୫-ଟି ଅଧ୍ୟକ୍ଷଙ୍କ ପ୍ରଥମ ଲକ୍ଷ୍ୟ

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର କରିବା ୫-ଟି ଅଧ୍ୟକ୍ଷଙ୍କ ପ୍ରଥମ ଲକ୍ଷ୍ୟ

ଭୁବନେଶ୍ୱର: ଯୁଆଡ଼େ ଦେଖିଲେ ବିକାଶ । ୭ ଦିନରେ ହେଲା ମନ୍ଦିର ମସଜିଦ ଚର୍ଚ୍ଚ କମ୍ୟୁନିଟି ସେଣ୍ଟର କାମ । ୨୪ ଘଣ୍ଟାରେ ପାନୀୟ ଜଳ ସମସ୍ୟାର ସମାଧାନ । ତତକ୍ଷଣାତ ମିଳିଲା ଦୀର୍ଘ ଦିନରୁ ଅଟକିଥିବା ଭତ୍ତା । ନିଜେ ଲୋକଙ୍କ ଅଭିଯୋଗପତ୍ର ନେଲେ । ଗୋଟି ଗୋଟି କରି କାମ ଆରମ୍ଭ କଲେ । କିଛ ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟ ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଥିଲେ ଭିକେ ପାଣ୍ଡିଆନ । ସମସ୍ୟାର ସମାଧାନ ହେବ ଓ ପ୍ରଶାସନ ଉପରେ ବିଶ୍ୱାସ ଆହୁରି ଅତୁଟ ହେବ, ସେଥିପାଇଁ ଦିନରାତି ଏକ କରି ଦେଇଛନ୍ତି । ରାଜ୍ୟ ବିକାଶ ନେଇ ତାଙ୍କୁ ପ୍ରତିଦିନ ବିଭିନ୍ନ ସଂଗଠନ ଭେଟି ଆଲୋଚନା କରୁଛନ୍ତି । ଏହି ଭରସା ଓ ବିଶ୍ୱାସ ନେଇ ଆଜି ନବୀନ ନିବାସରେ ୫-ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ସ୍ୱତନ୍ତ୍ର ସ୍କୁଲ ସଂଘ, ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଓ ଆରଆଇ ସଂଘ ପରି ଅନେକ ସଂଗଠନ ।

୫୧ଟି ସ୍ୱତନ୍ତ୍ର ସ୍କୁଲରେ ୭୧୦ଜଣ ଶିକ୍ଷକ ପେନସନ ପାଇଁ ୫-ଟି ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦାବି ଉପରେ ଦୁଇ ମାସ ଭିତରେ ବିଚାର ହେବ ବୋଲି ବିଶ୍ୱାସ ରଖିଛନ୍ତି । ସେପଟେ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ବି ସେମାନଙ୍କ ସୁରକ୍ଷା ପ୍ରତି ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ଦୃଷ୍ଟି ଦେଇଥିଲେ । ଏବେବି ଦାବି ପୂରଣ ନେଇ ସେମାନେ ବିଶ୍ୱାସ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ବିକାଶ କାର୍ଯ୍ୟରେ ଲାଗିଛନ୍ତି ୫-ଟି ଅଧ୍ୟକ୍ଷ । ବିକାଶ କାମକୁ ଆହୁରି କ୍ରିୟାଶୀଳ କରିବା ସହ ତର୍କବିତର୍କର ଅନ୍ତ ଘଟାଇବାକୁ ନିଜେ ପ୍ରଶାସନିକ ଚାକିରିରୁ ସ୍ୱେଚ୍ଛାକୃତ ଅବସର ବି ନେଇଛନ୍ତି । ସେହିପରି ଅଧ୍ୟାପକ ଓ ଆରଆଇ ସଂଘ ମଧ୍ୟ ୫ଟି ଅଧ୍ୟକ୍ଷଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ବିଜେଡି ପର୍ଯ୍ୟବେକ୍ଷକ, ବିଧାୟକ ଓ ମନ୍ତ୍ରୀ ବି ୫ଟି ଅଧ୍ୟକ୍ଷଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ୫ଟି ସଚିବ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କନ୍ଧମାଳ, ସୁନ୍ଦରଗଡ଼, ପୁରୀ ସମେତ ସାରା ରାଜ୍ୟ ଗସ୍ତ କରି ଅନେକ ସମସ୍ୟାର ସମାଧାନ କରିଛନ୍ତି । ବିକାଶ କେମିତି ହେବ ଓ କାହାର କ’ଣ ଆବଶ୍ୟକତା ରହିଛି, ସେ ସଂପର୍କରେ ୫ଟି ଅଧ୍ୟକ୍ଷ ଅବଗତ ଅଛନ୍ତି । ଓଡ଼ିଶା ପ୍ରତି ତାଙ୍କ ଭଲ ପାଇବା ରହିଥିବାରୁ ରାଜ୍ୟ ବିକାଶର ସେ ପ୍ରମୁଖ ଭାଗିଦାର ସାଜିଛନ୍ତି । ବିକାଶ ପଥରେ ଓଡ଼ିଶା । ଭିଜନ ୨୦୩୬ ପାଇଁ କାମ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାକୁ ସ୍ୱତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନର ଶହେ ବର୍ଷ ଭିତରେ ବିକଶିତ ରାଜ୍ୟ କରିବାକୁ ଅହରହ ପରିଶ୍ରମ ଜାରି ରଖିଛନ୍ତି । ବିକାଶର ଏହି ମହତ କାମରେ ୫ଟି ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର କରିବାକୁ ଦିନରାତି ଏକ କରି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking