18.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶସୁରାଟରେ ହେବ ପ୍ରଥମ ବୁଲେଟ୍ ଟ୍ରେନ୍ ଷ୍ଟେସନ୍‌

ସୁରାଟରେ ହେବ ପ୍ରଥମ ବୁଲେଟ୍ ଟ୍ରେନ୍ ଷ୍ଟେସନ୍‌

ନୂଆଦିଲ୍ଲୀ : ମୁମ୍ବାଇ-ଅହମ୍ମଦାବାଦ ରୁଟ୍‌ରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଚଳ କରିବାର ଯୋଜନା ରହିଛି । ଏହି ରୁଟ୍‌ରେ ଭାପି, ବିଲିମୋରା, ସୁରାଟ ଓ ଭରୁଚ ଚାରିଟି ଷ୍ଟେସନ୍ ରହିବ । ଏହା ମଧ୍ୟରୁ ସୁରାଟ ଷ୍ଟେସନ୍‌ର କାର୍ଯ୍ୟ ପ୍ରଥମେ ସରିବ ବୋଲି ରେଳ ନ୍ୟାସ୍‌ନାଲ୍ ହାଇ ସ୍ପିଡ୍ ରେଲ୍ କର୍ପୋରେସନ୍ (ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଷ୍ଟେସନ୍‌ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ୨୦୨୪ ଡିସେମ୍ବର ସୁଦ୍ଧା ଏଗୁଡ଼ିକ ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି । ଏହି ପରିଯୋଜନା କାର୍ଯ୍ୟ ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍ ଅଧୀନରେ କରାଯାଉଛି ।

ଏହି ୪ଟି ଷ୍ଟେସନ୍ ବ୍ୟତୀତ ୨୩୭ କିମି ଦୀର୍ଘ ଏକ ପୋଲର ମଧ୍ୟ ନିର୍ମାଣ କରାଯିବ ବୋଲି ରେଳ ମନ୍ତ୍ରଣାଳୟ ଜଣେ ଅଧିକାରୀ କହିଛନ୍ତି ।  ଗତବର୍ଷ ଡିସେମ୍ବରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ୨୦୨୬ରେ ସୁରାଟ ଏବଂ ବିଲିମୋରା ମଧ୍ୟରେ ଚଳାଚଳ କରିବ । ସୁରାଟ ଓ ବିଲିମୋରା ମଧ୍ୟରେ ଦୂରତା ୫୦ କିମି । ଏହି ଯୋଜନା ଭୂମି ଅଧିଗ୍ରହଣକୁ ନେଇ ଅଟକି ରହିଥିଲା । ତେବେ ଏହି ପ୍ରସଙ୍ଗ ଉପରେ କାର୍ଯ୍ୟ ଚାଲିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking