38.1 C
Bhubaneswar
Friday, May 3, 2024
Homeଓଡିଶାଶ୍ରୀକ୍ଷେତ୍ରରେ ପହଁଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ଶ୍ରୀକ୍ଷେତ୍ରରେ ପହଁଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ପୁରୀ : ବୁଧବାର ଅପରାହ୍ନରେ ଭଞ୍ଜନଗର ବନାଞ୍ଚଳ ରୁ ପଞ୍ଚମ ପ୍ରର୍ଯ୍ୟାୟରେ ପୁରୀରେ ପହଞ୍ଚିଲା ରଥକାଠ । ଭଞ୍ଜନଗର ମୁଜାଗଡ ବନାଞ୍ଚଳ ଉତ୍ତର ଘୁମୁର ବନଖଣ୍ଡରୁ ଏକ ବଡ ଟ୍ରକ ଯୋଗେ ୨୫ ଖଣ୍ଡ ରଥ କାଠ ପୁରୀରେ ପହଞ୍ଚଛି । ପଞ୍ଚମ ପର୍ଯ୍ୟାୟରେ ଆସିଥିବା ୨୫ ଖଣ୍ଡ ରଥ କାଠ ମଧ୍ୟରୁ ୪୦ ଫୁଟିଆ ୨୦ ଖଣ୍ଡ ଧଉରା କାଠ ଏବଂ ୫ ଖଣ୍ଡ ଫାସି କାଠ ରହିଛି । ବୁଧବାର ସୁୂଧା ମୋଟ ୨୦୬ ଖଣ୍ଡ କାଠ ଆସି ପୁରୀ ବଡଦାଣ୍ଡରେ ପହଞ୍ଚଛି । ଏଥିସହ ମଙ୍ଗଳବାର ବୈଦ୍ଧ ବନଖଣ୍ଡର କଣ୍ଟାମାଳ ରେଞ୍ଜରୁ ଚତୁର୍ଥ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଥିଲା । ଏଥିରେ ସମୁଦାୟ ୨୫ ଖଣ୍ଡ ଧଉରା କାଠ ରହିଥିଲା । ୨୫ ଖଣ୍ଡ କାଠ ମଧ୍ୟରେ ୪୦ ଫୁଟିଆ ଅସନ କାଠ ରହିଥିଲା । ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷରୁ ୧୧୮ ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ରଥଯାତ୍ରା ପାଇଁ ମୋଟ ୭୪୭ ଖଣ୍ଡ କାଠର ଆବଶ୍ୟକତା ରହିଛି ।

ତେବେ ୭୪୭ ଖଣ୍ଡରୁ ଏ ପର୍ଯ୍ୟନ୍ତ ମୋଟ ଚାରୋଟି ପର୍ଯ୍ୟାୟରେ ମୋଟ ୨୦୬ ଖଣ୍ଡ କାଠ ବର୍ତମାନ ସୁଦ୍ଧା ପୁରୀରେ ପହଂଚିଥିବା ବେଳେ ବଳକା କାଠ ପର୍ଯ୍ୟାୟ କ୍ରମେ ଆସି ପହଂଚିବ । ସେହିପରି ୮୧ ଖଣ୍ଡ କାଠ କଟକର ସମିଲ ସ୍ଥିତ ଖପୁରିଆ କରତ କରଠାରେ ପହଞ୍ଚି ସାରିଛି । ରଥ ସଂହିତା ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀ ତିଥିରେ ରଥକାଠ ପୂଜା ଅନୁକୂଳ ହୋଇଥିଲା । ସେହିପରୀ ରାମ ନବମୀ ରେ କଟକ ସ୍ଥିତ ସ ମିଲିରେ ରାଥ କାଠ ଚିରଟ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେହିପରି ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ତିଥିରେ ରଥ କାର୍ଯ୍ୟ ଅନୁକୂଳ ହେବାର ବିଧି ରହିଛି । ଆବଶ୍ୟକ ଥିବା ରଥ କାଠ ଗୁଡିକ ପର୍ଯ୍ୟାୟ କ୍ରମେ ପୁରୀକୁ ଆସିବ ବୋଲି ଶ୍ରୀମନ୍ଦିର ବରିଷ୍ଠ ତତ୍ୱଧାରକ ସୁର୍ଦଶନ ମେକାପ ସୂଚନା ଦେଇଥିଲେ । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆସନ୍ତା ଜୁନ ୨୦ ତାରଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେଣୁ ରଥ ନିର୍ମାଣ ପାଇଁ ପର୍ଯ୍ୟାୟରେ କ୍ରମେ ରଥ କାଠ ଆସି ପୁରୀରେ ପହଚୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking