17.1 C
Bhubaneswar
Friday, January 3, 2025
Homeଓଡିଶାଇଚ୍ଛା ମୃତ୍ୟୁ ମାଗିଲେ ମହିଳା ଜଜ୍‌ 

ଇଚ୍ଛା ମୃତ୍ୟୁ ମାଗିଲେ ମହିଳା ଜଜ୍‌ 

ଭୁବନେଶ୍ୱର: ଇଚ୍ଛା ମୃତ୍ୟୁ ମାଗିଲେ ମହିଳା  ଜଜ୍‌  । ଅନ୍ୟକୁ ନ୍ୟାୟ ଦେଉଥିବା ମହିଳା ବିଚାରପତି କିନ୍ତୁ ନିଜେ ନ୍ୟାୟ ପାଇ ନ ପାରି ଭାଙ୍ଗି ପଡ଼ିଛନ୍ତି। ତେଣୁ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ନିକଟରେ ସେ ଇଚ୍ଛା ମୃତ୍ୟୁ ପାଇଁ ଗୁହାରି କରିଛନ୍ତି।

ଇଚ୍ଛା ମୃତ୍ୟୁ ସମ୍ପର୍କିତ ତାଙ୍କର ଏହି ଚିଠି ଭାଇରାଲ୍ ହେବା ପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ । ଏ ନେଇ ସେ ଆହ୍ଲାବାଦ ହାଇକୋର୍ଟଠାରୁ ଏକ ରିପୋର୍ଟ ଲୋଡିଛନ୍ତି । ସେପଟେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ମହିଳା ବିଚାରପତିଙ୍କ ଅଭିଯୋଗ ଅନୁଯାୟୀ,  ଏକ ପୋଷ୍ଟିଂ ସମୟରେ ଜିଲ୍ଲା ଜଜ୍ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିଲେ । ଏପରିକି ଜଜ୍‌ଜଣକ ତାଙ୍କୁ ରାତିରେ ଭେଟିବା ଲାଗି ମଧ୍ୟ କହିଥିବା ଚିଠିରେ ଉଲ୍ଲେଖ କରିଥିଲେ । ଏ ନେଇ ସେ ଗତ ଜୁଲାଇ ମାସରେ ହାଇକୋର୍ଟର ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ ବି କରିଥିଲେ । ହେଲେ ଏହାର ତଦନ୍ତ ଏକ ଫାର୍ସ ଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking