33.1 C
Bhubaneswar
Wednesday, May 7, 2025
Homeଓଡିଶାବର୍ଷାକୁ ହାତ ଯୋଡିଲେ ଅନୁଭବ

ବର୍ଷାକୁ ହାତ ଯୋଡିଲେ ଅନୁଭବ

ଭୁବନେଶ୍ୱର:କିଛି ଦିନର ନିରବତା ପରେ ପୁଣି ତେଜିଲା ଷ୍ଟାର କପଲ କଳି । ବର୍ଷା- ଅନୁଭବ ବୈବାହିକ ଜୀବନକୁ ନେଇ ଉଠିଥିବା ଝଡ କିଛି ଦିନ ଶାନ୍ତ ପଡିଥିବା ବେଳେ ଏବେ ପୁଣି ସେ ଝଡକୁ ବଳ ଦେଇଛି ଖୋଦ ଅନୁଭବଙ୍କ ଟୁଇଟ୍ । ଏଯାଏଁ ସ୍ୱାମୀ-ସ୍ତ୍ରୀଙ୍କ କଳିର କୌଣସି ସ୍ଥାୟୀ ସମାଧାନ ହୋଇନଥିବା ବେଳେ ସାଂସଦ ଅନୁଭବ ମହାନ୍ତି ବର୍ଷାଙ୍କୁ ଦୂରେଇ ଯିବାକୁ ହାତ ଯୋଡି ଅନୁରୋଧ କରିଛନ୍ତି । ଅନୁଭବ ଲେଖିଛନ୍ତି, ପିଲାଙ୍କ ଖୁସି ବାପାମାଆ ସବୁବେଳେ ଚାହାନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ । ମୋ ବାପାଙ୍କ ଦେହ ବହୁତ ଖରାପ, ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି । ତୁମକୁ ମୁଁ ହାତଯୋଡୁଛି, ଡେରି ନକରି ଶୀଘ୍ର ଦୂରେଇ ଯାଅ । ଆଉ ମୋ ବାପାମାଆଙ୍କୁ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ଦିଅ । ମହାପ୍ରଭୁ ତୁମର ମଙ୍ଗଳ କରିବେଟ୍ଟ ଟୁଇଟରରେ ବର୍ଷାଙ୍କୁ ଟ୍ୟାଗ୍ କରି ଅନୁଭବ ଏମିତି ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking