30.1 C
Bhubaneswar
Tuesday, June 3, 2025
Homeଓଡିଶାବାଲେଶ୍ୱରଶିଶୁକନ୍ୟାକୁ ମା’ଠୁ ଛଡ଼ାଇ ଆଣିଲା ବାପା

ଶିଶୁକନ୍ୟାକୁ ମା’ଠୁ ଛଡ଼ାଇ ଆଣିଲା ବାପା

ବାଲେଶ୍ୱର: ବାହାନଗା ବ୍ଲକ୍ ସାଉଡ଼ ପଞ୍ଚାୟତ ପୁରାଣ ଗ୍ରାମରେ ଅଧିକ ଯୌତୁକ ଆଶାରେ ଦେଢ଼ମାସର ଶିଶୁକନ୍ୟାକୁ ମା’ ନିକଟରୁ ତାର ବାପା ଛଡାଇ ନେଇଥିବା ଜଣାପଡ଼ିଛି । ଖବରପାଇ ସୋର ପୁଲିସ ଉକ୍ତ ଶିଶୁକନ୍ୟାକୁ ଉଦ୍ଧାର କରି ମା’କୁ ହସ୍ତାନ୍ତର କରିବା ସହିତ ବାପାକୁ ଅଟକ ରଖିଥିବା ଜଣାପଡ଼ିଛି । ଏହି ଗ୍ରାମର ବିଜୟ କୁମାର ସାମଲଙ୍କ ସହ ବାଲିଆପାଳ ଅଞ୍ଚଳର ଜୟଶ୍ରୀ ସାମଲଙ୍କର ବୈଦିକ ରୀତିରେ ବାହାଘର ହୋଇଥିଲା ।

ଉଭୟଙ୍କର ଏକ ଶିଶୁକନ୍ୟା ଜନ୍ମ ହେବାପରେ ଅଧିକ ଯୌତୁକ ଦାବି କରି ବିଜୟ ଜୟଶ୍ରୀଙ୍କୁ ତାଙ୍କ ବାପଘର ବାଲିଆପାଳରେ ଛାଡ଼ିଦେଇ ଆସିଥିଲେ । ଗତକାଲି ରାତିରେ ବିଜୟ ଝିଅକୁ ଦେଖା କରିବା ବାହାନାରେ ଶ୍ୱଶୁର ଘରକୁ ଯାଇ ଜୟଶ୍ରୀଙ୍କୁ ମାଡ଼ ମାରି ପିଲାକୁ ସାଙ୍ଗରେ ନେଇଆସିଥିଲେ । ଏ ବାବଦରେ ଜୟଶ୍ରୀ ବାଲିଆପାଳ ଥାନାରେ ଅଭିଯୋଗ କରିବା ସହିତ ସୋର ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଗୁରୁବାର ଅପରାହ୍ଣରେ ସୋର ପୁଲିସ ବିଜୟଙ୍କ ଘରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ଜୟଶ୍ରୀଙ୍କୁ ହସ୍ତାନ୍ତର କରିବା ସହିତ ବିଜୟଙ୍କୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଅଧିକ ଯୌତୁକ ଆଶାରେ ଶିଶୁ କନ୍ୟାକୁ ତାଙ୍କ ସ୍ୱାମୀ ତାଙ୍କ ନିକଟରୁ ଛଡ଼ାଇ ଆଣିଥିବା ଜୟଶ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking