28.1 C
Bhubaneswar
Friday, September 20, 2024
Homeଓଡିଶାବିଷ ପିଇ ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ବାପା ଘର ଲୋକେ

ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ବାପା ଘର ଲୋକେ

ସୋର: ସୋର ବ୍ଲକ କେଦାରପୁର ପଞ୍ଚାୟତ ଘାସୁଆ ଗ୍ରାମର ଜଣେ ମହିଳା ବିଷ ପାନ କରି ମୃତ୍ୟୁବରଣ କରିଥିବା ବେଳେ ମହିଳାଙ୍କ ବାପା ଘର ଲୋକେ ଆଜି ସୋର ଥାନାରେ ତାଙ୍କୁ ଶ୍ୱଶୁର ଘର ଲୋକେ ମାରିଦେଇଥିବା ନେଇ ଅଭିଯୋଗ କରିଛନ୍ତି । ଘାସୁଆ ଗ୍ରାମର ଭରତ ନାୟକଙ୍କ ସ୍ତ୍ରୀ ସବିତା ନାୟକ ଗତକାଲି ରାତିରେ ବିଷ ପିଇଦେଇଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ ।ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସବିତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ତେବେ ସବିତାଙ୍କୁ ଅଧିକ ଯୌତୁକ ଦାବୀ କରି ତାଙ୍କ ଶ୍ୱଶୁର ଘର ଲୋକେ ବିଷ ପିଆଇ ମାରି ଦେଇଥିବା ନେଇ ସବିତାଙ୍କ ବାପା ଅନିରୁଦ୍ଧ ବିଶ୍ୱାଳ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସୋର ପୁଲିସ ଏକ ମାମଲା ରୁଜ୍ଜୁ କରି ବାଲେଶ୍ୱର ମେଡ଼ିକାଲରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking