26.1 C
Bhubaneswar
Thursday, June 26, 2025
Homeଅପରାଧ୪ ମାସର ସନ୍ତାନକୁ ମାରି ବିଲରେ ଫୋପାଡ଼ି ଦେଲା ବାପା

୪ ମାସର ସନ୍ତାନକୁ ମାରି ବିଲରେ ଫୋପାଡ଼ି ଦେଲା ବାପା

ବାଲେଶ୍ୱର: ୪ ମାସର ସନ୍ତାନକୁ ମାରି ବିଲରେ ଫୋପାଡ଼ି ଦେଇଛି ବାପା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗଗନଧୂଳି ପଞ୍ଚାୟତ ପାଣିଶିଆଳି ଗାଁରେ । ଧାନ ବିଲରେ ଜଣେ ଶିଶୁର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ଶିଶୁପୁତ୍ର ଜଣକ ହେଉଛନ୍ତି ଗୋରୀ ବାସ୍କେଙ୍କ ପୁଅ ତ୍ରିନାଥ ବାସ୍କେ । ଗୋରୀ ବାସ୍କେ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଖୁଣ୍ଟା ଅଞ୍ଚଳର ଦୁଲାରାମ ବାସ୍କେଙ୍କୁ ଗତ ୨ ବର୍ଷ ତଳେ ବିବାହ କରିଥିଲେ । ଗତ ୪ ମାସ ତଳେ ତାଙ୍କର ଏକ ଶିଶୁପୁତ୍ରଟିଏ ଜନ୍ମ ହୋଇଥିଲା । ଗୋରୀ ବାସ୍କେ, ସ୍ୱାମୀ ଦୁଲାରାମ ବାସ୍କେ ଓ ଶିଶୁ ପୁତ୍ର ଉଭୟ ମକରମେଳା ପାଇଁ ବାପ ଘର ସୋର ଥାନା ଆଟପୁର ଗାଁକୁ ଆସିଥିଲେ । ସେଠାରେ ସେମାନେ ମକରସଂକ୍ରାନ୍ତି ପାଳିଥିଲେ । ପରଦିନ ସନ୍ଧ୍ୟାରେ ଦୁଲାରାମ ନିଜ ଘରକୁ ଯିବାକୁ କହିଥିଲେ । କିନ୍ତୁ ସନ୍ଧ୍ୟା ହେବାରୁ ଗୋରୀ ଘରକୁ ଯିବାକୁ ମନା କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଝଗଡା ସହିତ ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ଦୁଲାରାମ ଗୋରୀଙ୍କୁ ମାଡ଼ ମାରିଥିଲେ । ପରେ ଦୁଲାରାମ ତାଙ୍କ ୪ ମାସର ଶିଶୁପୁତ୍ର ତ୍ରିନାଥକୁ ଗୋରୀଙ୍କ ପାଖରୁ ଛଡାଇ ନେଇଯାଇଥିଲେ । ୨ ଦିନ ପରେ ଗୋରୀ ତାଙ୍କର ସ୍ୱାମୀଙ୍କୁ ପୁଅ ବାବଦରେ ପଚାରିଥିଲେ ।

ଏବଂ ଦୁଲାରାମ ପୁଅକୁ ଏକ ଆଶ୍ରାମରେ ଛାଡିଥିବା କଥା କହିଥିଲେ ଆଉ ଦଶ ବର୍ଷ ପୂର୍ବରୁ ତାଙ୍କୁ ଦେଖା କରି ହେବନାହିଁ ବୋଲି କହିଥିଲେ । ମୃତ ଶିଶୁ ସ୍ୱେଟରରେ ଲାଗିଛି ରକ୍ତ ଛିଟା ଶିଶୁ ଛାତିରେ ଏକ ଦାଗ ଅଛି ଯାହା ହତ୍ୟା ବୋଲି ସନ୍ଦେହ କରାଯାଉଛି । ସନ୍ଧ୍ୟାରେ ମୃତ ଶିଶୁଟିକୁ କୁକୁର ଖାଇବାକୁ ଉଦ୍ୟମ ବେଳେ ବିଲକୁ ଯାଇଥିବା କିଛି ଲୋକେ ଦେଖିବାକୁ ପାଇଥିଲେ । ସେହି ସ୍ଥାନଟି ଖଇରା ପୋଲିସର ହୋଇଥିବାରୁ ଖଇରା ଥାନାରେ ଶିଶୁପୁତ୍ରକୁ ଦୁଲାରାମ ତଣ୍ଟି ଚିପି ମାରିଦେଇଥିବା ନେଇ ମାଆ ଲିଖିତ ଅଭିଯୋଗ କରିଥିଲେ । ସେହି ଆଧାରରେ ପୋଲିସ ଦୁଲାରାମର ଗାଁକୁ ଯାଇ ସେଠାରୁ ତାଙ୍କୁ ଧରିଥିଲା । ପରେ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ସୋର ମେଡିକାଲରେ ପୋଷ୍ଟମୋର୍ଟମ କରାଯାଇଛି । ତେବେ ଜଣେ ମାଆ ତାର ପୁଅକୁ ହରାଇବା ପରେ ଦୁଃଖରେ ମେଡ଼ିକାଲ ଆଗରେ ଆଖିରେ ଲୁହ ଗଡ଼ାଇ କାନ୍ଦୁଛି । ଏଭଳି ଘଟଣା ସ୍ଥାନୀୟଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଣେ ବାପା ୪ ମାସର ଶିଶୁପୁତ୍ର ମାରିବା ପାଇଁ କେମିତି ହାତ ଗଲା କିଛି ବୁଝା ପଡୁନି ।ତେବେ ତ୍ରିନାଥର ମାଆ ହତ୍ୟାକାରୀକୁ କଠୋର ଦଣ୍ଡ ଦେବାକୁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking