26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶ୨୧ରୁ ପୁଣି ଆରମ୍ଭ ହେବ ଚାଷୀ ଆନ୍ଦୋଳନ

୨୧ରୁ ପୁଣି ଆରମ୍ଭ ହେବ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ : ଏମଏସ୍‌ପିକୁ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସରକାରଙ୍କ ପ୍ରସ୍ତାବ ସେମାନଙ୍କୁ କୌଣସି ପ୍ରକାରର ଲାଭ ଦେବ ନାହିଁ ବୋଲି ଚାଷୀମାନେ କହିଛନ୍ତି।ପ୍ରସ୍ତାବକୁ ଅଗ୍ରାହ୍ୟ କରି ଚାଷୀମାନେ ପୁଣିଥରେ ଆସନ୍ତା ୨୧ ତାରିଖ ସକାଳୁ ସେମାନଙ୍କର ଦିଲ୍ଲୀ ଚାଲୋ ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।ଚାଷୀଙ୍କ କହିବା କଥା ଯେ କେନ୍ଦ୍ର ସରକାର ଦେଇଥିବା ଏମଏସ୍‌ପି ପ୍ରସ୍ତାବରେ କୌଣସି ପ୍ରକାରର ସ୍ପଷ୍ଟତା ନାହିଁ। ସେମାନେ ସମସ୍ତ ୨୩ ପ୍ରକାରର ଉତ୍ପାଦ ଉପରେ ଏମଏସ୍‌ପି ଗ୍ୟାରେଣ୍ଟୀ ଚାହୁଁଛନ୍ତି। କେନ୍ଦ୍ର ସରକାର କେବଳ ଡାଲି ଜାତୀୟ ଦ୍ରବ୍ୟ, ମକା ଓ କଟନ ଉତ୍ପାଦ ଉପରେ ଏମଏସପି ଗ୍ୟାରେଣ୍ଟୀ ଦେବେ ବୋଲି କହିଥିଲେ। ତେଣୁ ଏହାକୁ ଚାଷୀମାନେ ଗ୍ରହଣ କରି ନାହାନ୍ତି।ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟ ୪ର୍ଥ ରାଉଣ୍ଡ ଆଲୋଚନା ହୋଇଥିଲା। ଏହି ବୈଠକରେ କେନ୍ଦ୍ର ସରକାର ଆସନ୍ତା ୫ ବର୍ଷ ପାଇଁ ଡାଲି ଜାତୀୟ ଦ୍ରବ୍ୟ, ମକା ଓ କଟନ ଫସଲକୁ ଧାର୍ୟ୍ୟ ଏମଏସ୍‌ପିରେ କିଣିବାକୁ ରାଜି ଥିବା କହିଥିଲେ। ଆଲୋଚନା ପରେ ଏହାର ବିଚାର ଚାଷୀମାନେ କରିଥିଲେ। ଏଥିସହ ଦିଲ୍ଲୀ ଚାଲୋ ଆନ୍ଦୋଳନ ଉପରେ ରୋକ ଲଗାଇଥିଲେ।ସୋମବାର ସଂଯୁକ୍ତ କିଷାନ ମୋର୍ଚ୍ଚା(ଅଣ ରାଜନୀତିକ)ର ନେତା ଜଗଜିତ ସିଂହ ଡାଲ୍ଲେୱାଲ କହିଛନ୍ତି, କେନ୍ଦ୍ର ସରକାର ପାମ ତେଲକୁ ବିଦେଶରୁ ୧.୭୫ ଲକ୍ଷ କୋଟି ଟଙ୍କା ଦେଇ ଆଣୁଛନ୍ତି। ଯଦି ଏହି ଅର୍ଥକୁ କେନ୍ଦ୍ର ସରକାର ମଞ୍ଜି କିଣିବା ପାଇଁ ଦେବେ, ତା’ହେଲେ ଦେଶର ଚାଷୀଙ୍କୁ ଏହା ସହାୟକ ହେବ।ଫସଲ ଋତୁରେ ଧାନ ଚାଷ ପରେ ଡାଲି ଜାତୀୟ ଦ୍ରବ୍ୟର ଚାଷ କରୁଥିବା କୃଷକମାନଙ୍କୁ ସରକାର ଦେଇଥିବା ପ୍ରସ୍ତାବ କେବଳ ଫାଇଦା ଦେବ। ଅନ୍ୟ ଚାଷୀମାନେ କିଛି ବି ଲାଭ ପାଇବେ ନାହିଁ। ବର୍ତ୍ତମାନ ସରକାରଙ୍କ ସହ କୌଣସି ଆଲୋଚନାର ପ୍ରସ୍ତାବ ନାହିଁ। କିନ୍ତୁ ସରକାରଙ୍କ ସହ କଥା ହେବାକୁ ଚାଷୀମାନେ ସବୁବେଳେ ପ୍ରସ୍ତୁତ ଥିବା ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking