19.1 C
Bhubaneswar
Wednesday, December 25, 2024
Homeଓଡିଶାଅସହାୟ ବୃଦ୍ଧଙ୍କ ଶବକୁ କାନ୍ଧ ଦେଲେନି ପରିବାର

ଅସହାୟ ବୃଦ୍ଧଙ୍କ ଶବକୁ କାନ୍ଧ ଦେଲେନି ପରିବାର

ପୋଲସରା : ବାର୍ଦ୍ଧକ୍ୟର ବୋଝ ଓ ପକ୍ଷାଘାତ ରୋଗରେ ପୀଡିତ ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ଅଜଣା ବୃଦ୍ଧଙ୍କ ଗତକାଲି ରାତିରେ ପୋଲସରା ମେଡିକାଲରେ ମୃତ୍ୟୁ ଘଟିଥିଲା । ବଞ୍ଚିଥିବା ବେଳେ ନିଜ ଜୀବନର ପ୍ରତିଟି ମୂହୁର୍ତ୍ତରେ ନିଜ ପରିବାର ସଦସ୍ୟଙ୍କ ପାଇଁ ଦାନା ଯୋଗାଡ଼ କରିବାରେ ଲାଗିଥିଲେ । ଶେଷ ମୂହୁର୍ତ୍ତରେ ବାର୍ଦ୍ଧକ୍ୟ ଅବସ୍ଥାରେ ବୁଢା ବାପାର ମୁହଁରେ ଦାନା ଦେବା ତ ଦୂରର କଥା ଶେଷକୃତ୍ୟ ସମୟରେ ମଧ୍ୟ ଶେଷ ଦର୍ଶନ କରିନଥିଲେ ପରିବାର ସଦସ୍ୟ । ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତହସିଲଦାର ଦିଲ୍ଲୀପ କୁମାର ନାୟକଙ୍କ ଉପସ୍ଥିତିରେ ପୋଲସରା ପୋଲିସ କର୍ମଚାରୀ, ଅଞ୍ଚଳର ସାମ୍ବାଦିକ ଓ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଯଥାରୀତି ପ୍ରକାରେ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସୂଚନା ପ୍ରକାରେ ଗତ କିଛି ଦିନ ତଳେ ଅଜଣା ବୃଦ୍ଧ ଜଣଙ୍କୁ କେହି ପୋଲସରା ବସଷ୍ଟାଣ୍ଡ ଯାତ୍ରୀ ବିଶ୍ରାମଗାରରେ ଛାଡ଼ି ଚାଲିଯାଇଥିଲେ । ଅସହାୟ ବୃଦ୍ଧ ପକ୍ଷଘାତ ରୋଗରେ ପୀଡ଼ିତ ଥିବା ଜଣାପଡିଥିଲା । ଏପରିକି ବୃଦ୍ଧଙ୍କ ଡାହାଣ ଗୋଡ଼ ସଂପୂର୍ଣ୍ଣ ଅଚଳାବସ୍ଥା ଥିବା ବେଳେ ସେ କୌଣସି କଥାବାର୍ତ୍ତା କରିପାରୁନଥିଲେ । ବୃଦ୍ଧଙ୍କ ପରିଚୟ ମିଳିବା କଷ୍ଟକର ହୋଇଥିଲା । ବୃଦ୍ଧଙ୍କ ଏଭଳି ଅବସ୍ଥା ବୁଝି କିଛି ବ୍ୟକ୍ତି ସୋଡ଼କ ଗ୍ରାମରୁ ଆଣି ତାଙ୍କୁ ପୋଲସରା ମେଡ଼ିକାଲରେ ଭର୍ତ୍ତି କରିଥିଲେ ।

ହେଲେ ବୃଦ୍ଧଙ୍କ ପରିବାର ସଦସ୍ୟ ମେଡ଼ିକାଲରେ ନଥିବାରୁ ସେ ମେଡ଼ିକାଲରେ ଭର୍ତ୍ତି ହେବାର ଦିନେ ଦୁଇଦିନ ପରେ ଘୋଷାରି ହୋଇ ବସଣ୍ଟାଣ୍ଡ ଛକ ଦେଇ ପୁରୁଣା ଫାଣ୍ଡି ଛକ ନିକଟରେ ଅସହ୍ୟ ଅବସ୍ଥାରେ ପଡିରହିଥିଲେ । ଖବର ପାଇ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ସାମ୍ବାଦିକ ଓ ସ୍ୱେଚ୍ଛାସେବୀଙ୍କ ମିଳିତ ସହଯୋଗରେ ପୁନର୍ବାର ପୋଲସରା ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଆଜି ବୃଦ୍ଧ ଜଣଙ୍କ ଅସହାୟ ଅବସ୍ଥାରେ ସବୁ ସଂପର୍କକୁ ଛିନ୍ନ କରି ଆରପାରିକୁ ଚାଲିଗଲେ । ପରିବାରର ଏଭଳି ସ୍ୱାର୍ଥ ଚିନ୍ତନ ଓ ଅମାନବୀୟ ସମ୍ପର୍କକୁ ନେଇ ସବୁ ସ୍ତରରେ ନିନ୍ଦା କରାଯାଉଥିବା ବେଳେ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ସ୍ଥାନୀୟ ସାମ୍ବାଦିକ, ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking