26.1 C
Bhubaneswar
Tuesday, September 17, 2024
Homeଓଡିଶାବଦଳିବ ୧୧ କଲେଜର ଚେହେରା

ବଦଳିବ ୧୧ କଲେଜର ଚେହେରା

ଭୁବନେଶ୍ୱର: ମୋ କଲେଜ ଅଭିଯାନରେ ସାମିଲ ହୋଇ ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ବିକାଶ ହେବ । କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀଗୃହଠୁ ନେଇ ଇ-ଲାଇବ୍ରେରୀର ପ୍ରତିଷ୍ଠା କରାଯିବ । ଉତ୍ତମମାନର ଲାବରୋଟୋରୀ ସାଙ୍ଗକୁ ଉନ୍ନତ ଶ୍ରେଣୀଗୃହରେ ପିଲାମାନେ ପାଠ ପଢ଼ିବେ । କଲେଜ କ୍ୟାମ୍ପସ୍‌ର ରୂପରେଖ ବଦଳିବ । ଅତ୍ୟାଧୁନିକ ବ୍ୟବସ୍ଥାରେ ପୂରା କଲେଜ ଚମିକବ । ଗଞ୍ଜାମ ଜିଲ୍ଲାର ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ୩ଟି ଡିଗ୍ରୀ କଲେଜର ରୂପାନ୍ତରୀକରଣ ପାଇଁ ରୁଙ୍ଗଟା ସନସ୍ ପ୍ରାଇଭେଟ୍ ଲିମିଟେଡ୍‌ର ସିଏସ୍‌ଆର ଫଣ୍ଡରୁ ୪ କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ଏହି ଅର୍ଥ କଲେଜର ଉନ୍ନତିକରଣ ପାଇଁ ଆସିଛି । ଏହାପରେ କଲେଜରେ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥ ରାଶିର ଦୁଇଗୁଣା ଅର୍ଥ ୯ କୋଟି ଟଙ୍କା ସରକାରଙ୍କ ଅନୁମୋଦନ ପରେ ‘ମୋ କଲେଜ’ ଅଭିଯାନର ପକ୍ଷରୁ ପ୍ରଦାନ କରାଯାଇଛି ।

ଏହି ଅର୍ଥ ରାଶିରେ ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକ୍‌ର ଗନ୍ଦଳା-ବେଲଗାମ ସ୍ଥିତ ଶ୍ରୀବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୋଚିଲିମା ସ୍ଥିତ ଖମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଞ୍ଚୁରୁୁସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାସନ ସ୍ଥିତ ଓଏଭିଏସ୍ ହିଞ୍ଜିଳିକାଟୁ, ଏବଂ ଗନ୍ଦଳା-ବେଲଗାମସ୍ଥିତ ଶ୍ରୀବାଲେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ମୁନିସ୍‌ପାଲିଟିର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ବିଜ୍ଞାନ ମହାବିଦ୍ୟାଳୟ, ଶେରଗଡ ବ୍ଲକ୍‌ର ପିତ୍ତଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସେରଗଡ ଓଏଭି, ଏବଂ ଉଦୟ ପ୍ରତାପ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଉନ୍ନତି କରାଯିବ । ଏହି ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ମହାବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ, ପୁରୁଣା ଶ୍ରେଣୀଗୃହର ଉନ୍ନତିକରଣ, ନୂଆ ଅଡିଟୋରିୟମ୍‌, କମନ୍‌ରୁମ୍ ପ୍ରତିଷ୍ଠା, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଶୌଚାଳୟ କରାଯିବ । ଏହା ସହ ଇ-ଲାଇବ୍ରେରୀ, କଲେଜ କ୍ୟାମ୍ପସ୍‌ର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ କଲେଜରେ ବାସ୍କେଟବଲ୍‌, ଭଲିବଲ୍ କୋର୍ଟ ତିଆରି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking