ନୂଆଦିଲ୍ଲୀ: ଆପ ଓ ବିଜେପି ମଧ୍ୟରେ ବହୁ ବାଦ ବିବାଦ ପରେ ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନକୁ ମିଳିଲା ଗ୍ରୀନ୍ ସିଗ୍ନାଲ୍ । ଆସନ୍ତା ୧୬ ତାରିଖ ଦିନ ମେୟର ନିର୍ବାଚନ ହେବା ନେଇ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ସୂଚନା ଦେଇଛନ୍ତି । ଏମସିଡି ବୈଠକରେ ବିଜେପି- ଆପ ମୁହାଁମୁହିଁ ହେବା ଯୋଗୁଁ ତୃତୀୟ ଥର ପାଇଁ ନିର୍ବାଚନ ସ୍ଥଗିତ ହୋଇଥିଲା । ଆସନ୍ତା ୧୬ ତାରିଖରେ ଡେପୁଟି ମେୟର ଏବଂ ସ୍ଥାୟୀ କମିଟିର ସଦସ୍ୟଙ୍କ ପାଇଁ ନିର୍ବାଚନ ଆୟୋଜନ କରାଯିବ ।
ଏନେଇ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ପ୍ରସ୍ତାବକୁ ସେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଅନୁଯାୟୀ ଆସନ୍ତା ୧୬ ତାରିଖରେ ଦିଲ୍ଲୀ ମେୟର, ଡେପୁଟି ମେୟର ନିର୍ବାଚନ ଲାଗି ଡକ୍ଟର ଏସପି ମୁଖାର୍ଜୀ ସିଭିକ ସେଣ୍ଟରରେ ଦିଲ୍ଲୀ ମ୍ୟୁନିସିପାଲଟି କର୍ପୋରେସନ ବୈଠକରେ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।