30.1 C
Bhubaneswar
Wednesday, June 26, 2024
Homeଓଡିଶାଡବଲ ଇଂଜିନ ସରକାର ଆସିଲେ କୋରେଇର ବିକାଶ ହେବ, ସାମ୍ବାଦିକ ସମ୍ମିଳନୀରେ ଭାଜପାର ଦୃଢ଼ ପ୍ରତିଶ୍ରୁତି

ଡବଲ ଇଂଜିନ ସରକାର ଆସିଲେ କୋରେଇର ବିକାଶ ହେବ, ସାମ୍ବାଦିକ ସମ୍ମିଳନୀରେ ଭାଜପାର ଦୃଢ଼ ପ୍ରତିଶ୍ରୁତି

ଯାଜପୁର : କୋରେଇ ନିର୍ବାଚନ ମଣ୍ଡଳୀରରେ ବିଜେଡି ସରକାର ବିକାଶ ପରିବର୍ତ୍ତେ ବିନାଶ କରିଛି | କୋରେଇ ବାସୀ ଭାଜପା ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ବିଜୟର ଟିକା ପିନ୍ଧାଇଲେ ସମଗ୍ର କୋରେଇ ବିକାଶ ପଥରେ ଅଗ୍ରସର ହେବ ବୋଲି କୋରେଇ ଭାଜପା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି | ଶନିବାର ବ୍ୟାସନଗର ସହରର ସ୍ଥିତ ଏକ ରୟାଲ କଲିଙ୍ଗ ହୋଟେଲ କୋରେଇ ଭାଜପା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଭାଜପା ନେତା ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା ଅଧକ୍ଷତା କରି କହିଥିଲେ | କୋରେଇ ତଥା ବ୍ୟାସନଗର ସହରର ଅନେକ ସମସ୍ୟାକୁ ସମାଧାନ କରିବାରେ ବିଜେଡି ସରକାର ବିଫଳ ହୋଇଛି | ବ୍ୟାସନଗର ତହସିଲ ଅନ୍ତର୍ଗତ ଚୋରଦା, ଉମାପଦା, ମୁଣ୍ଡମାଳ ଓ ଖଣ୍ଡାୟତା ପ୍ରମୁଖ ଅଞ୍ଚଳରେ ଦୀର୍ଘଦିନ ଧରି ରହିଆସିଥିବା ଜମିଜମା ସମସ୍ୟା ଏବଂ ନଟ ଫାଇନାଲ ଜମିର ବନ୍ଦୋବସ୍ତ କରି ଫାଇନାଲ ପଟ୍ଟା ପ୍ରଦାନ କରିବାକୁ ଭାଜପା ପକ୍ଷରୁ ଦୃଢ ପ୍ରତିଶୃତି ଦିଆଯାଉଛି, ଭୂମି ହିନ ପରିବାରକୁ ପଟ୍ଟା ପ୍ରଦାନ ସହିତ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ, କୋରେଇ ଅଞ୍ଚଳରେ ମେଗା ଜଳଯୋଗାଣ  ପ୍ରକଳ୍ପ ମାଧ୍ୟମରେ ସ୍ଵଛ ପାନୀୟ ଜଳ ଏବଂ କୃଷି କ୍ଷେତ୍ରକୁ ଜଳାଯୋଗାଣ ବ୍ୟବସ୍ଥା କରାଯିବ, ବୈତରଣୀ ନଦୀ ଦକ୍ଷିଣ ପାର୍ଶ୍ଵରେ ଥିବା ଅସନଝର ଠାରୁ ଗମ୍ହାରିଆ ପର୍ଯ୍ୟନ୍ତ ଆଡିବନ୍ଧ ନିର୍ମାଣ, ବ୍ୟାସନଗରରେ ୧00 ଶଯ୍ୟା ବିଶିଷ୍ଠ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲ, ଚାଷୀ ମାନଙ୍କ ପାଇଁ ଶୀତଳ ଭଣ୍ଡାର, ଜୋକଡ଼ିଆ ବ୍ୟାରେଜ ନିର୍ମାଣ, ଟିକର ହାଇଲେବୁଲ କେନାଲର ପୁନଃରୁଦ୍ଧାର, ବ୍ୟାସନଗର ସହରକୁ ସବଡ଼ିଭିଜନ ମାନ୍ୟତା ସମେତ ବିଭିନ୍ନ ସମସ୍ୟା ଉପରେ ଭାଜପା ଗୁରୁତ୍ୱ ଦେବ ବୋଲି ସାମ୍ବାଦିକ ମାନଙ୍କୁ ବରିଷ୍ଠ ନେତାମାନେ ସୂଚନା ଦେଇଥିଲେ | ଏହି ଖବରଦାତା ସମ୍ମିଳନୀରେ ଜିଲା କାର୍ଯ୍ୟକାରୀ ଭାଜପା ସଭାପତି ଆଶୁତୋଷ ପରିଡା, ଯାଜପୁର ଜିଲା ପର୍ଯ୍ୟବେଖକ ମଧ୍ୟପ୍ରଦେଶର ବିଧାୟକ ପ୍ରଦୀପ ପଟେଲ, ବରିଷ୍ଠ ଭାଜପା ନେତା ସତ୍ୟନାରାୟଣ ମହାନ୍ତି, ଅଚ୍ୟୁତାନନ୍ଦ ଦାସ, ଇତିଶ୍ରୀ ଜେନା, ରବିନାରାୟଣ ରାଉତ, ପ୍ରିୟବ୍ରତ ସାହୁ ମାନ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking