27.1 C
Bhubaneswar
Friday, October 18, 2024
Homeଓଡିଶାଚାକିରିରୁ ବାହାର କରିଦେବାରୁ ମାଲିକର ଗାଡି ପୋଡ଼ି ଦେଲା ଡ୍ରାଇଭର

ଚାକିରିରୁ ବାହାର କରିଦେବାରୁ ମାଲିକର ଗାଡି ପୋଡ଼ି ଦେଲା ଡ୍ରାଇଭର

ଭୁବନେଶ୍ୱର: ଡ୍ରାଇଭରକୁ ଚାକିରିରୁ ବାହାର କରିବା ମାଲିକକୁ ପଡ଼ିଲା ମହଙ୍ଗା । ଚାକିରିରୁ ବିତାଡ଼ିତ ହେବା ପରେ ଡ୍ରାଇଭର ଜଣଙ୍କ ମାଲିକର ଘରେ ପଶି  ଗ୍ୟାରେଜରେ ଥିବା କାର ସହ ବାଇକରେ ଲଗାଇଦେଲା ନିଆଁ । ନିଆଁ ଲାଗିବା ପରେ ବାଇକ ଓ କାର ଜଳିି ନଷ୍ଟ ହୋଇଯାଇଛି ।ଏହି ଘଟଣା ଘଟଛି ଖଣ୍ଡଗିରି ଥାନା ଅନ୍ତର୍ଗତ ଜଗମରା କ୍ରିଷ୍ଣା ଗାର୍ଡେନରେ । ଏନେଇ କାର ମାଲିକ ଖଣ୍ଡଗିରି ଥାନାରେ ଲିଖିଲେ ଅଭିଯୋଗ ପରେ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଡ୍ରାଇଭାର ଅବଦୁଲ ଦାକିମ(୩୫)କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ କାରି ଅଜିତ କୁମାର ନାୟକଙ୍କ କହିବା ଅନୁସାରେ ତାଙ୍କ କାର ନିୟମିତ ଭାବେ ଖରାପ ହେବା ପରେ ସେ ଆଉ ତାକୁ ଚଳାଇ ନଥିଲେ । ତେଣୁ କାର ଡ୍ରାଇଭରକୁ ମଧ୍ୟ ଆଉ ଆସିବାକୁ ମନା କରିଥିଲେ । ଏହା ଛଡା ଡ୍ରାଇଭର ଜଣକ ମଧ୍ୟ ନିଶାସେବନ କରୁଥିବା ସେ ଅଭିଯୋଗ କରିଛନ୍ତି । ଡ୍ରାଇଭର ଏମିତି କାଣ୍ଡ ଘଟାଇଥିବା ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking