29.1 C
Bhubaneswar
Wednesday, October 14, 2026
Homeଓଡିଶାଡବଲ ଇଞ୍ଜିନ ସରକାର ଅପାରଗତାରେ ଦେଶରେ ଏକ ନମ୍ବର

ଡବଲ ଇଞ୍ଜିନ ସରକାର ଅପାରଗତାରେ ଦେଶରେ ଏକ ନମ୍ବର

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ  ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଆଜି  ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରରେ  ବିକାଶ ଥିଲା ମୁଖ୍ୟ ଏଜେଣ୍ଡା। କିନ୍ତୁ ଏ ଡବଲ ଇଞ୍ଜିନ  ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ  ଏଜେଣ୍ଡା ହୋଇଛି। ଶ୍ରୀ ପଟ୍ଟନାୟକ  କହିଥିଲେ ଯେ ଏ ସରକାର ଅମଳରେ  ସମସ୍ତେ ହଇରାଣ। ଚାଷୀ ହଇରାଣ ମହିଳା ହଇରାଣ,  ବୁଢା ବୁଢ଼ୀ ହଇରାଣ। ଗରିବ ଲୋକ  ହଇରାଣ। ମଧ୍ୟବିତ୍ତ ହଇରାଣ। Gen Z ର ଭବିଷ୍ୟତ ଅନ୍ଧାର। ଅତ୍ୟାବଶକ ଦ୍ରବ୍ୟ ର ଦରଦାମ ବଢ଼ି ଚାଲିଛି। ସମସ୍ତେ ହଇରାଣ୍। କିନ୍ତୁ ସରକାର ନିଦା ବିଷ୍ଣୁ। ଅପାରଗତା ରେ ଓଡିଶା ସରକାର ସାରା ଦେଶରେ  ଏକ ନମ୍ବର ବୋଲି ଶ୍ରୀ  ପଟ୍ଟନାୟକ  କଟାକ୍ଷ କରିଥିଲେ।  ତେଣୁ ଲୋକ ଙ୍କ ସହ ରହି  ଏ ଅପାରଗ ସରକାର ର ମୁଖା ଖୋଲି ଦେବାକୁ ଶ୍ରୀ ପଟ୍ଟନାୟକ  ଦଳ ର କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ।ଏହି କାର୍ଯ୍ୟକ୍ରମରେ ,ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା , ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା , ମେୟର ସୁଲୋଚନା ଦାସ ଓ ଶ୍ରୀ ମନ୍ମଥ ରାଉତରାୟ  ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ   ତୀବ୍ର ସମାଲୋଚନା କରିଥିଲେ।  ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ ସାହୁ  ପ୍ରମୁଖ ଉପସ୍ଥିତ ଥିଲେ।ଏହି ସମାବେଶ ରେ ସ୍ଥାନୀୟ କର୍ପୋରେଟର  ଶ୍ରୀ ଭରତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିପୁଳ ଜନ ସମାବେଶ ହୋଇ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking