33.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଭୟଙ୍କର ରୂପ ନେଉଛି ‘ବିପର୍ଯ୍ୟୟ’: ୮୦ରୁ ୧୨୦ କିମି ବେଗରେ ପବନ; ସୋମବାର ସୁଦ୍ଧା ଗୁଜରାଟ...

ଭୟଙ୍କର ରୂପ ନେଉଛି ‘ବିପର୍ଯ୍ୟୟ’: ୮୦ରୁ ୧୨୦ କିମି ବେଗରେ ପବନ; ସୋମବାର ସୁଦ୍ଧା ଗୁଜରାଟ ଛୁଇଁବ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଭୟଙ୍କର ରୂପ ନେଉଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ବିପଜ୍ଜନକ ହେବାର ଆଶଙ୍କା ରହିଛି । ଏହା ଏବେ ଉତ୍ତର- ଉତ୍ତର ପୂର୍ବ ଦିଗରେ ଅଗ୍ରସର ହେବାରେ ଲାଗିଛି ବୋଲି ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି ।

ରବିବାର କିମ୍ବା ସୋମବାର ସୁଦ୍ଧା ଏହା ଗୁଜରାଟ ପହଞ୍ଚିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ୮୦ରୁ ୧୨୦ କିମି ବେଗରେ ପବନ ହେବାର ଆଶଙ୍କା ରହିଛି । ଏଥିଯୋଗୁଁ ଗୁଜରାଟ, କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପର ମତ୍ସ୍ୟଜୀବୀକୁ ସମୁଦ୍ର ମଧ୍ୟକୁ ନଯିବାକୁ ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।

ଏହାର ବିପଦକୁ ଦୃଷ୍ଟିରେ ରଖି ଗୁଜରାଟର ବଲସାଡ଼ରେ ତୀଥଲ ସମୁଦ୍ର କୂଳକୁ ଜୁନ୍ ୧୪ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ନଭସାରୀରେ ପୁଲିସ ଲୋକଙ୍କୁ ସମୁଦ୍ର କୂଳକୁ ଯିବାରୁ ଅଟକାଉଛି । ଏହା ସହିତ କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ରରେ ଜୋର୍ ପବନ ସହିତ ଭୀଷଣ ବର୍ଷାର ଆଲର୍ଟ ଜାରି କରାଯାଇଛି ।

ବିଭାଗ ପକ୍ଷରୁ କୁହାଯାଇଛି ବାତ୍ୟା ବିପର୍ଯ୍ୟୟ ଏବେ ଗୁଜରାଟର ପୋରବନ୍ଦର ଠାରୁ ୬୪୦ କିମି ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରିତ ହୋଇଛି । ଏହା ରବିବାର କିମ୍ବା ସୋମବାର ସୁଦ୍ଧା ଦକ୍ଷିଣ ଗୁଜରାଟ ପହଞ୍ଚିବାର ସମ୍ଭାବନା ରହିଛି ।

ଏଥିପାଇଁ ସମୁଦ୍ରରେ ମାଛ ଧରିବାକୁ ଯାଇଥିôବା ମତ୍ସ୍ୟଜୀବୀକୁ ଫେରିଆସିବା ପାଇଁ କୁହାଯାଇଥିଲା ଏବଂ ସମସ୍ତ ବନ୍ଦରଗୁଡ଼ିକୁ ଡିଷ୍ଟ୍ରେସ୍ ୱାର୍ଣ୍ଣି ସିଗ୍‌ନାଲ୍ ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟର ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକ ଆଲର୍ଟରେ ରଖାଯାଇଛି । ନଭସାରୀ ଜିଲ୍ଲା ପ୍ରଶାସନ ଲୋକଙ୍କ ସମୁଦ୍ର କୂଳ ଯିବା ଉପରେ ରୋକ୍ ଲଗାଇଛି । ସେହିକରି କେରଳର ୮ ଜିଲ୍ଲାରେ ୟୋଲୋ ଆଲର୍ଟ ଜାରି କରାଯାଇଛି । ଏହି ଅଞ୍ଚଳ ସହିତ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ଆଗାମୀ ଚାରିଦିନ ମଧ୍ୟରେ ଭୀଷଣ ବର୍ଷାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking