ବ୍ୟୁରୋ: ମଧୁବାବୁ ପେନସନ ଯୋଜନାରେ ଅର୍ଥ ରାଶି ମାସିକ ୩,୦୦୦ ଟଙ୍କାକୁ ବୃଦ୍ଧି କରାଯାଉ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦିଆଯାଉଥିବା ଅନୁଦାନ ରାଶି ବାର୍ଷିକ ୨୦ ହଜାର କୋଟି ଟଙ୍କା କରାଯାଉ । ଓଡ଼ିଶା ହାଇକୋର୍ଟଙ୍କ ଏକ ସ୍ଥାୟୀ ବେଞ୍ଚ ବଲାଙ୍ଗୀରଠାରେ କରାଯାଉ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ବଲାଙ୍ଗୀର ଠାରେ ପ୍ରତିଷ୍ଠା କରାଯାଉ । ଏମ୍ଏଲଏ ଓ ଏଲଏଡିକୁ ବାର୍ଷିକ ୫କୋଟି ଟଙ୍କା କରାଯାଉ ।ବଲାଙ୍ଗୀର ଠାରେ ଥିବା ପୁରାତନ ମଠ, ମନ୍ଦିରର ଉନ୍ନତି ପାଇଁ ଦବୋତ୍ତର ବିଭାଗକୁ ୫ ଶହ କୋଟି ଟଙ୍କା ଅନୁଦାନ ଦିଆଯାଉ ।ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ହତ୍ୟାକାରୀଙ୍କ କୁସ୍ଥିତ ମାନସିକତା ପ୍ରତି ସମର୍ଥନ ରଖୁଥିବାସମ୍ପ୍ରଦାୟିକ, ରାଜନୈତିକ ଶକ୍ତି ପ୍ରତି କୌଣସି ସମର୍ଥନ ନ କରାଯାଉ । ବଲାଙ୍ଗୀର ଠାରେ ଥିବା ମହାରାଣୀ ସଙ୍ଗଠନର ତୁରନ୍ତ ଉନ୍ନତି କରାଯାଉ । ବଲାଙ୍ଗୀରରେ ଚାଲିଥିବା ଳକ୍ଷ୍ମୀଜୋର ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ସହ ଏ ପ୍ରକଳ୍ପ ସମେତ ଜିଲ୍ଲାର ଥିବା ବିଭିନ୍ନ ପର୍ୟ୍ୟଟନସ୍ଥଳୀର ବିକାଶ କରାଯାଉ । ଶିଳ୍ପ ବିହିନ୍ନ ଜିଲ୍ଲା ଭାବେ ପରିଚିତ ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ଠାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯିବା ପାଇଁ ବ୍ୟବସ୍ଥା କରାଯାଉ । ଦେଓଗାଁ ଚିନି କଳକୁ ପୁନଃ କାର୍ୟ୍ୟକ୍ଷମ କରାଯାଉ । ବଲାଙ୍ଗୀର ଠାରେ ତୁରନ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଏବଂ ମିନି ଲୋକସେବା ଭବନ ପ୍ରତିଷ୍ଠା କରିବା ପାଇଁ ସରକାର ପ୍ରତିଷ୍ଠା ନିଅନ୍ତୁ ।