32.1 C
Bhubaneswar
Friday, June 20, 2025
Homeଓଡିଶାମାଟିରେ ମିଶିବାକୁ ବସିଛି ୨୫୦ ବର୍ଷ ପୁରାତନ ଶୈବ ପୀଠ; ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବୀ

ମାଟିରେ ମିଶିବାକୁ ବସିଛି ୨୫୦ ବର୍ଷ ପୁରାତନ ଶୈବ ପୀଠ; ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବୀ

ଦେବଗଡ଼:ଏକଦା ଚଳଚଞ୍ଚଳ ରହୁଥିବା ଶୈବ ପୀଠ ଆଜି ଜରାଜୀର୍ଣ l ରାଜା ରାଜୁଡା ଅମଳରେ ପୂଜା ପାଉଥିବା ଠାକୁର ଆଜି ନିଜ ଭୁ ସମ୍ପତି ହରାଇ ଅନ୍ଧାର କୋଠରୀରେ ରହୁଛନ୍ତି ଉପବାସ l ଏଭଳି ଚିତ୍ର ଦେଖିବାକୁ ମିଳିଛି ବାରକୋଟ ବ୍ଲକ ବାହାଡାପୋଷି ଗ୍ରାମରେ ଥିବା ବାବା କପିଳେଶ୍ୱରଙ୍କ ପୀଠରେ l

ରେଙ୍ଗାଲି ନଦୀବନ୍ଧ ଯୋଜନାରେ ବହୁ ଗ୍ରାମ ଜଳ ବୁଡ଼ି ହେବା ପରେ ବିସ୍ଥାପିତ ହୋଇଥିଲେ ହଜାର ହଜାର ଗ୍ରାମବାସୀ l ତେବେ ବାରକୋଟ ବ୍ଲକରେ ଥିବା କପିଳେଶ୍ଵର ଶୈବ ପୀଠ ପାଣିରେ ବୁଡ଼ି ନଥିଲେ ମଧ୍ୟ ମନ୍ଦିର ନାମରେ ଥିବା ଏକର ଏକର ଜମି ଜଳ ସମାଧି ନେବା ପରେ ବାବା କପିଳେଶ୍ଵରଙ୍କ ମନ୍ଦିର ପରିଚାଳନାରେ ନାହିଁ ନଥିବା ସମସ୍ୟା ଉପୁଜୁଛି l ଏପରିକି ଉକ୍ତ ମନ୍ଦିର ପୂଜକଙ୍କୁ ରାଜାଙ୍କ ଦ୍ୱାରା ପ୍ରଦତ୍ତ ପ୍ରାପ୍ୟ ମଧ୍ୟ ବନ୍ଦ ହେବା ସହ ପୂଜକଙ୍କ ନାମରେ ଥିବା ମନ୍ଦିର ଜମି ଜଳ ବୁଡ଼ି ପରେ କ୍ଷତି ପୂରଣରୁ ମଧ୍ୟ ବଞ୍ଚିତ ରହିଛନ୍ତି ପୂଜକ ପରିବାର l ପଶ୍ଚିମ ମୁଖା କପିଳେଶ୍ୱର ମନ୍ଦିର ନିର୍ମାଣର କୌଣସି ସଠିକ ତଥ୍ୟ କାହାରି ପାଖରେ ନଥିବା ବେଳେ ବାମଣ୍ଡା ଇତିହାସ ପୃଷ୍ଠାରୁ ଏହା 17 91 ମସିହାରେ ନିର୍ମିତ ଥିବା ଅଞ୍ଚଳ ବାସୀ ବିଶ୍ୱାସ କରନ୍ତି l

ମନ୍ଦିର ସମ୍ମୁଖରେ ବ୍ରାହ୍ମଣୀ ନଦୀ, ପଛ ପଟେ ପାଙ୍ଗୁଲି ଜଙ୍ଗଲ ଓ କଡରେ ଶ୍ମଶାନର ଅବସ୍ଥିତି ଥିବା ବେଳେ ମାଟି ତଳୁ ସ୍ୱତଃ ଭାବେ ସୃଷ୍ଟି ଶିବ ଲିଙ୍ଗ ଅଞ୍ଚକ ବାସୀଙ୍କ ମନରେ ଭକ୍ତି ଭାବ ଜାଗ୍ରତ କରାଉଥିବା ବେଳେ ଏହି ସର୍ବପୁରାତନ ଐତିହାସିକ ଶୈବ ପୀଠ ରକ୍ଷଣା ବେକ୍ଷଣ ଅଭାବରୁ ଭଗ୍ନାବସ୍ଥାରେ ପଦାର୍ପଣ କରିଛି l ଅଞ୍ଚଳର ସର୍ବ ପୁରାତନ ଶୈବ ପୀଠର ଜରାଜୀର୍ଣ ଅବସ୍ଥା ଭକ୍ତଙ୍କ ମନରେ ଆଘାତ ଦେଇଥିବା ବେଳେ ମନ୍ଦିରର ପୁନରୁଦ୍ଧାର ପାଇଁ ସ୍ଥାନୀୟ କିଛି ଭକ୍ତ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି l

ତେବେ ରାଜ୍ୟ ସରକାର ଏହି ଶୈବ ପୀଠର ପୁନରୁଦ୍ଧାର ପାଇଁ ଆର୍ଥିକ ସହାୟତା ଯୋଗାଇବା ସହ ମନ୍ଦିରର ପୁରୁଣା ରେକର୍ଡ ପତ୍ର ଯାଞ୍ଚ କରି ରେଙ୍ଗାଲି ନଦୀ ବନ୍ଧରେ କ୍ଷତିଗ୍ରସ୍ତ ମନ୍ଦିର ଜମିର କ୍ଷତି ପୂରଣ ପାଇଁ ଦୃଷ୍ଟି ଦେଲେ ଅଞ୍ଚଳ ବାସି ଉପକୃତ ହେବାସହ ଉକ୍ତ ଶୈବ ପୀଠକୁ ପର୍ଯ୍ୟଟନ ସ୍ଥଳିରେ ବିକାଶ କରାଯାଇ ପାରନ୍ତା ବୋଲି ମତ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking