30.1 C
Bhubaneswar
Monday, May 20, 2024
Homeଓଡିଶାଭୁବନେଶ୍ୱରସତ୍ୟବାନ ପାଲଟିଲେ ପ୍ରତାରକ

ସତ୍ୟବାନ ପାଲଟିଲେ ପ୍ରତାରକ

ଭୁବନେଶ୍ୱର: ସାବିତ୍ରୀ ତିଥିରେ ପତିବ୍ରତା ସାଜି ଉପାସ ରହିଲେ । ସ୍ୱାମୀଙ୍କୁ ଘରକୁ ଡାକି ଧୂପ ଚନ୍ଦନ ଦେଇ ମୁଣ୍ଡିଆ ମାରିଲେ । ଦୀର୍ଘାୟୁ କାମନା କଲେ । କିନ୍ତୁ ଏତେ ପୂଜାର୍ଚ୍ଚନା ପରେ ସ୍ୱାମୀଙ୍କ ହ୍ୱାଟସ୍‌ଆପ୍‌ ଷ୍ଟାଟସ୍‌ରେ ପ୍ରେମିକାର ଫଟୋଚିତ୍ର ଦେଖି ପତ୍ନୀଙ୍କ ପାଦ ତଳୁ ମାଟି ଖସିଗଲା । ପ୍ରତାରଣାର ଶିକାର ହୋଇଥିବା ଅନୁଭବ କରି ସିଧା ଥାନାକୁ ଗଲେ । ସେଠି ପୁଲିସକୁ ପ୍ରଶ୍ନ କରିଛନ୍ତି, ସ୍ୱାମୀ ମୋର, କିନ୍ତୁ ସେ ହୋଇଛନ୍ତି ଆଉ କାହାର ସତ୍ୟବାନ? ଏମିତି କେଉଁଠି ନିୟମ ଅଛି? ମତେ ନ୍ୟାୟ ଦିଅନ୍ତୁ ।

ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ସ୍ୱାମୀଙ୍କ ଏଭଳି ସତ ସାମ୍ନାକୁ ଆସିଛି । ସେ ହେଲେ ସୁଧାଂଶୁ ଶେଖର ସାହୁ । ସେ ସୁନାଖଳା କୋ-ଅପରେଟିଭ୍‌ ସୋସାଇଟିରେ ସମ୍ପାଦକ ଭାବେ ଚାକିରି କରିଛନ୍ତି । କିନ୍ତୁ ସ୍ତ୍ରୀଙ୍କ ସହ ବିବାହ ବିଚ୍ଛେଦ ନ କରି ଅନ୍ୟ ଜଣେ ମହିଳାଙ୍କ ସହ ରହୁଛନ୍ତି । ଏନେଇ ସ୍ୱାମୀଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେଇ ତାଙ୍କ ସ୍ତ୍ରୀ ନ୍ୟାୟ ମାଗିଛନ୍ତି । ଦେଢ଼ ମାସ  ବିତିବା ସତ୍ତେ୍ୱ ପୁଲିସ ଚୁପ୍‌ ବସିଥିବା ଅଭିଯୋଗ ଆଣିଛନ୍ତି ।

ଅଭିଯୋଗକାରିଣୀ କହିଛନ୍ତି, ମୁଁ ଜଣେ ସମାଜସେବୀ । ଅନ୍ୟମାନଙ୍କ ଅସଜଡ଼ା ପରିବାରକୁ ଯୋଡି଼ଛି । ନିଜେ ମଧ୍ୟସ୍ଥି ସାଜି ପର ପରିବାରର ମନ ମିଳାଇଛି । କିନ୍ତୁ ମୋ ପରିବାରକୁ ଅନ୍ୟ ଜଣେ ମହିଳା  ଉଜାଡି଼ ଦେଇଛି । ତାଙ୍କ ଅଭିଯୋଗ ମୁତାବକ,ସ୍ୱାମୀ ସୁଧାଂଶୁଙ୍କ ବି-ଟେକ୍‌ ପାଠ ପଢିବା ସମୟରେ ପ୍ରେମ ସଂପର୍କ ଗଢି ଉଠିଲା । ୨୦୧୬ ମେ’ ୪ରେ ପ୍ରେମ ବିବାହ କଲୁ । ବୈଦିକ ଋତିନୀତିରେ ବିବାହ ସରିଲା । ଆମର ଗୋଟିଏ ୩ ବର୍ଷର ଝିଅ ଅଛି ।

ବାହାଘରର ୭ ବର୍ଷ ପରେ ସୁଧାଂଶୁ ଏବେ ତାଙ୍କର ବାଲ୍ୟବନ୍ଧୁଙ୍କ ସ୍ତ୍ରୀ’ଙ୍କ ପ୍ରେମରେ ପଡି଼ଛନ୍ତି । ମହିଳାଜଣକ ଗୋପିନାଥପୁର ୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି । ତାଙ୍କର ସ୍ୱାମୀ ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ । ଉଭୟଙ୍କ ୪ବର୍ଷର ଝିଅ ବି ଅଛି । କିନ୍ତୁ ମୋ ସ୍ୱାମୀଙ୍କ ସହ ସଂପୃକ୍ତ ମହିଳାଙ୍କ ପ୍ରେମ ଆରମ୍ଭ ହେଲା । ଯାହାକି ଆମ ବୈବାହିକ ଜୀବନରେ ଝଡ଼ ଆଣିଦେଲା । ଡିସେମ୍ବର ୧୧ ତାରିଖରେ ମହିଳାଜଣକ ତାଙ୍କ ସ୍ୱାମୀଙ୍କ ସହ ଅନ୍ୟତ୍ର ପଳାଇଥିଲେ । ଏନେଇ ରଣପୁର ଥାନାରେ ତାଙ୍କ ସ୍ୱାମୀ ନିଖୋଜ ଅଭିଯୋଗ ଦେଇଥିଲେ । ପତ୍ନୀ ମିଳିବା ପରେ ଥାନାରେ ଉଭୟଙ୍କୁ ବସାଇ ପୁଲିସ କାଉନ୍‌ସେଲିଂ କରିଥିଲା । ଏବେ ମହିଳାଜଣକ ମୋ ସ୍ୱାମୀଙ୍କୁ ବିମୋହିତ କରି ନିଜର କରି ନେଇଛନ୍ତି । ମତେ ମାରିବାକୁ ଧମକ ମଧ୍ୟ ଦେଉଛନ୍ତି । ଏ ସମ୍ପର୍କରେ ଖଣ୍ଡଗିରି ଥାନାରେ ୨୦୭/୨୨ରେ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking