ନୂଆଦିଲ୍ଲୀ: ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ଜାରି । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍ ଉପରେ ପ୍ରଥମେ ଆଲୋଚନା ଆରମ୍ଭ କରିଥିଲେ । ବିଲରେ ଥିବା ୪ଟି କ୍ଲଜ ଉପରେ ଆଲୋକପାତ କରିଥିଲେ କେନ୍ଦ୍ର ଆଇନମନ୍ତ୍ରୀ । ପ୍ରସ୍ତାବିତ ବିଲରେ ଥିବା ପ୍ରାବଧାନ ଅନୁସାରେ ଦିଲ୍ଲୀ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରହିବ ।
ଲୋକସଭାରେ ମହିଳାଙ୍କୁ ମିଳିବ ୩୩% ସଂରକ୍ଷଣ । ସମସ୍ତ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ରହିବ। ମହିଳାଙ୍କ ପାଇଁ ସଂରକ୍ଷଣର ଅବଧି ୧୫ ବର୍ଷ ପାଇଁ ଲାଗୁ ହେବ। ସଂରକ୍ଷଣର ଅବଧି ବୃଦ୍ଧି ନେଇ ସଂସଦ ନିଷ୍ପତ୍ତି ନେବ । ଗତକାଲି ମହିଳା ସଂରକ୍ଷଣ ବିଲକୁ ଲୋକସଭାରେ ଆଗତ କରାଯାଇଥିଲା । ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପାରିତ ହେବା ସମ୍ଭାବନା ରହିଛି ।