26.1 C
Bhubaneswar
Tuesday, September 17, 2024
Homeଅପରାଧନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର

ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଯୌତୁକ ଜୁଇରେ ପୁଣି ଜଣେ ନବବଧୂ। ବିବାହର ମାତ୍ର ୫ ମାସ ପରେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ। ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଭଦ୍ରକ ଭଣ୍ଡାରିପୋଖରୀ ଥାନା ଜଗନ୍ନାଥପ୍ରସାଦ ଗାଁରେ ଘଟିଛି ଏହି ଘଟଣା। ସୂଚନା ଅନୁଯାୟୀ, ଭଦ୍ରକର ବିଶ୍ବଜିତ ବାରିକ ଯାଜପୁର ପଣସା ଗାଁର ଶକ୍ତିମୟୀ ବାରିକଙ୍କୁ ବିବାହ କରିଥିଲେ।

ତେବେ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକ ଶକ୍ତିମୟୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି। ତେବେ ଗତକାଲି ସନ୍ଧ୍ୟାରେ ଶକ୍ତିମୟୀଙ୍କ ଝୁଲନ୍ତା ମୃତଦେହ ଦେଖି ଶାଶୁଘର ଲୋକ ପୋଲିସ ଓ ବାପଘରକୁ ଖବର ଦେଇଥିଲେ। ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବିଶ୍ବଜିତ ଓ ତାଙ୍କ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପଟେ ଯୌତୁକ ପାଇଁ ଶକ୍ତିମୟୀଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking