ଭୁବନେଶ୍ୱର: ରାଜଧାନୀର ବମିଖାଲ ରେଳଧାରଣାରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।ଉଭୟ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳୁଛି। ଦମ୍ପତ୍ତିଙ୍କ ଘର କଟକ କନ୍ଦରପୁରରେ ହୋଇଥିବାବେଳେ ଉଭୟ ସହିଦନଗର ଶାନ୍ତିପଲି ଅଞ୍ଚଳରେ ରହୁଥିଲେ । ରାଜମିସ୍ତ୍ରୀ ଭାବେ ସ୍ୱାମୀ ଜଣକ କାମ କରୁଥିବାବେଳେ ଗତକାଲି ରାତିରେ ଘରେ ଝଗଡା ହୋଇଥିବା ପଡୋଶୀ କହିଛନ୍ତି। ଝଗଡା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ରେଳଧାରଣାରେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ଏବେ ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ କରୁଛନ୍ତି ।