29.1 C
Bhubaneswar
Sunday, June 15, 2025
Homeଓଡିଶାଦିନକୁ ଦିନ ତିକ୍ତତା ହେଉଛି ଭାରତ-କାନାଡ଼ା ସମ୍ପର୍କ

ଦିନକୁ ଦିନ ତିକ୍ତତା ହେଉଛି ଭାରତ-କାନାଡ଼ା ସମ୍ପର୍କ

ଭୁବନେଶ୍ୱର: ଦିନକୁ ଦିନ ତିକ୍ତତା ହେଉଛି ଭାରତ-କାନାଡ଼ା ସମ୍ପର୍କ । କାନାଡ଼ାରେ ହିଂସା ମାହୋଲ ଦେଖିବାକୁ ମିଳିଥିବାବେଳେ ନିଜର ପ୍ରତିକ୍ରିୟା ରଖିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର । ସେ କହିଛନ୍ତି କି, କାନାଡ଼ା ସହ ଆଲୋଚନା କରାଯିବ କି, ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂଙ୍କ ହତ୍ୟା କିଏ କରିଛି । ଏହା ସହ ଜୟଶଙ୍କର ଦମ୍ଭର ସହ କହିଛନ୍ତି କି, କାନାଡ଼ର ଖଲିସ୍ତାନ ଆତଙ୍କବାଦୀ ଭାରତ ବିରୋଧୀ ଏଜେଣ୍ଡାକୁ ଚିହ୍ନଟ କରି ସମାଧାନ କରାଯିବ । ବ୍ରିଟିଶ କଲମ୍ବିଆରେ ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାରଙ୍କ ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଥିବା କାନାଡାର ଅଭିଯୋଗ ସହ ଜଡିତ ତଥ୍ୟ ଅନୁସନ୍ଧାନ କରିବାକୁ ଭାରତ ପ୍ରସ୍ତୁତ ଅଛି। ଆମେରିକା ଗସ୍ତ ସମୟରେ ୱାଶିଂଟନରେ ଭାରତୀୟ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିବାବେଳେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜୟଶଙ୍କର ।

ଭାରତ କାନାଡ଼ା ମଧ୍ୟରେ ତିକ୍ତତା ଲାଗି ରହିଥିବାବେଳେ ଶନିବାର ଖବର ସାମନାକୁ ଆସିଛି । ବ୍ରିଟେନରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସ୍କଟଲ୍ୟାଣ୍ଡରଗ୍ଲାସଗୋରେ ଗୁରୁଦ୍ବାରରେ ପ୍ରବେଶ କରିବା ପାଇଁ ଅଟକାଯାଇଥିଲା । କାନାଡ଼ିଆନମାନେ ବିଭିନ୍ନ ଆରୋପମାନ ଲଗାଉଥିବାବେଳେ ଏହା ଭାରତ ସରକାରଙ୍କ ନୀତି ନୁହେଁ ବୋଲି ସିଧା ସିଧା କହିଛନ୍ତି ଜୟଶଙ୍କର । ଯଦି ସେମାନେ ଆମ ସହ ଏମିତି କିଛି କରିବେ ତାହେଲେ ଆମେ ମଧ୍ୟ ସେଭଳି କରିବା ପାଇଁ ପ୍ରସ୍ତୁତ ଅଛୁ । କାନାଡ଼ାରେ ଦୀର୍ଘ ବର୍ଷ ଧରି ଖଲିସ୍ତାନୀମାନେ ଆଶ୍ରୟ ନେଇଥିବାବେଳେ ତାଙ୍କୁ କିଭଳିଭାବେ ପ୍ରଶୟ ଦିଆଯାଇଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

କାନାଡ଼ାରେ ଥିବା ଭାରତୀୟଙ୍କ ପ୍ରତି ବିପଦ ରହିଥିବାବେଳେ କୁଟ ନୀତିଜ୍ଞଙ୍କ ପ୍ରତି ମଧ୍ୟ ବିପଦ ରହିଛି । ଏବେ କାନାଡ଼ାରେ ହିଂସା ଚାଲିଥିବାବେଳେ କୁଟ ନୀତିଜ୍ଞଙ୍କୁ ଧମକ ମଧ୍ୟ ମିଳୁଛି । କାନାଡ଼ାରେ ଶିଖମାନେ ଆତଙ୍କ ଖେଳାଉଥିବାବେଳେ ଧମକ ଦେଉଥିବା ଜୟଶଙ୍କର ଅଭିଯୋଗ କରିଛନ୍ତି ।

ହରଦୀପ ସିଂ ନିଜାରର ହତ୍ଯା ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତ ଥିବାବେଳେ ଏହି ଘଟଣା ପୁଣି ବିବାଦ ସୃଷ୍ଟି କରିଛି । ଗୁରୁଦ୍ବାରାରେ ପ୍ରବେଶ ବେଳେ କଟ୍ଟର ବ୍ରିଟିଶ ଶିଖ କର୍ମୀମାନେ ତାଙ୍କୁ ବିରୋଧ କରିଥିଲେ । ନିଜାର ହତ୍ଯା ଘଟଣାରେ ଭାରତର ହାତ ରହିଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ କହିବା ପରେ ବିବାଦ ବଢିଥିଲା । ସେପଟେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି- ବାକ୍ ସ୍ବାଧୀନତା ସମ୍ପର୍କରେ ଅନ୍ଯ ରାଷ୍ଟ୍ରଠାରୁ ଭାରତ କିଛି ଶିଖିବାର ଆବଶ୍ଯକତା ନାହିଁ ।

ଏହା ସହ ଆତଙ୍କବାଦୀଙ୍କ ପ୍ରତି କାନାଡାର ସହନଶୀଳ ଆଭିମୁଖ୍ଯକୁ ତୀବ୍ର ସମାଲୋଚନା କରିଛନ୍ତି ଜୟଶଙ୍କର । ସାନ ଫ୍ରାନ୍ସିସ୍କୋରେ ଜଣେ ଭାରତୀୟ କୂଟନୀତିଜ୍ଞଙ୍କୁ ଆକ୍ରମଣ ଓ ଖଲିସ୍ତାନୀ ଧମକ ପ୍ରସଙ୍ଗରେ ଏହା କହିଛନ୍ତି ଜୟଶଙ୍କର । ଗତ ୨୯ ତାରିଖରେ ଭାରତ ବିରୋଧରେ କାନାଡାର ଅଭିଯୋଗକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରିବା ସହ କଣ ପ୍ରମାଣ ଅଛି କାନାଡା ଦେଉ ବୋଲି କହିଥିଲେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେପଟେ କାନାଡାସ୍ଥିତ କୁକି-ଜୋ ଆଦିବାସୀ ସଂଗଠନର ଜଣେ ନେତାଙ୍କ ଭାଷଣକୁ ନେଇ ବିବାଦ ସୃଷ୍ଟି ହୋଇଛି । ହରଦୀପ ସିଂ ନିଜାରକୁ ଯେଉଁ ଗୁରୁଦ୍ବାାରାରେ ହତ୍ଯା କରାଯାଇଥିଲା ସେହି ଗୁରୁଦ୍ବାରାରରେ ଏହି ନେତାଙ୍କ ଭାଷଣକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking