ସାଲେପୁର : ଦୀର୍ଘ ୯ ଦିନ ହେଲାଣି ନ୍ୟାୟ ପାଇଁ ନିଜ ସ୍ୱାମୀ ଘର ଆଗରେ ବସି ରହିବା ପରେ ଆଜି ତାଲା ଭାଙ୍ଗି ଘରେ ପସିଛନ୍ତି ସସ୍ମିତା। ଯେହେତୁ ଏତେ ଦିନ ସଂଘର୍ଷ ପରେ କୌଣସି ନିଷ୍କର୍ଷ ବାହାରୁ ନାହିଁ କିମ୍ବା ଶାଶୂଘର ଲୋକେ ଶୁଣୁ ନାହାନ୍ତି । ବାସ ଘରକୁ ଆସୁ ନାହାନ୍ତି ତେଣୁ ଗେଟ ତାଲା ଭାଙ୍ଗି ଶାଶୁ ଘରେ ରହିବେ ବୋଲି କଟକ ଜିଲ୍ଲା ସାଲେପୁର ମାଛୁଆତି ଠାରେ ସ୍ୱାମୀ ସୁସେନ ମହାରଣାଙ୍କ ଘର ଗେଟ ଆଗରେ ଧାରଣାରେ ବସିଥିବା ତାଙ୍କ ସ୍ତ୍ରୀ ସସ୍ମିତା ମହାରଣା କହିଛନ୍ତି।
ବାହାରେ ବସି ରହିଥିବାରୁ ତାଙ୍କ ଦେହ ଖରାପ ହେଉଛି । ସେ ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି ତେଣୁ ସେ ତାଲା ଭାଙ୍ଗି ସ୍ବାମୀଙ୍କ ଘରେ ରହିବେ ଏବଂ ଏନେଇ ସାଲେପୁର ପୋଲିସକୁ ପୂର୍ବରୁ ଲିଖିତ ଜଣେଇଥିଲେ ବୋଲି ସେ କହିଛନ୍ତି। ଗତକାଲି ସନ୍ଧ୍ୟାରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକମାନେ ଉଧାର କରି ଥିଲେ । ବାଧ୍ୟ ହୋଇ ସେ ତାଲା ଭାଙ୍ଗି ସ୍ୱାମୀଙ୍କ ଘରେ ରହିବେ । ଏନେଇ ସାଲେପୁର ପୋଲିସକୁ ପୂର୍ବରୁ ଲିଖିତ ଜଣେଇଥିଲେ ବୋଲି ସେ କହିଛନ୍ତି ।