ଭୁବନେଶ୍ୱର : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ବିଜେଡିର ପ୍ରତିକ୍ରିୟା ରହିଛି । ସରକାରଙ୍କୁ ବିଜେଡି ନେତା ଉମାକାନ୍ତ ସାମନ୍ତାରାୟ ସମାଲୋଚନା କରିଛନ୍ତି । କହିଛନ୍ତି ବିଜେପି ସରକାରର ମନ୍ତ୍ରୀ ଯାହା କୁହନ୍ତି କାମରେ ଦେଖାଯାଏନାହିଁ । ଚାରିଦ୍ୱାର ଖୋଲି ପୁଣି ଚାରି ଦ୍ୱାର ବନ୍ଦ କଲେ । ଠେଲାପେଲାରେ ଭକ୍ତ ଆହତ ହୋଇ ମେଡିକାଲରେ ଭର୍ତ୍ତି ହେଲେ । ଏବେ କହିଲେ ସିଂହଦ୍ୱାର ଦେଇ ଯିବେ , ଅନ୍ୟ ଦ୍ୱାରରେ ବାହାରିବେ । ପୁଣି ଶ୍ରଦ୍ଧାଳୁମାନେ ଅଣନିଶ୍ୱାସୀ ହେଲେ ଏଭଳି ସରକାରଙ୍କୁ ସମାଲୋଚନା କରିଛନ୍ତି ଉମାକାନ୍ତ । ଆହୁରି କହିଛନ୍ତି ହବିଷିଆଳିମାନଙ୍କ ପାଇଁ କିଛି କରିଲେନି । ଶ୍ରୀ ମନ୍ଦିରରେ ଯାହା ହୋଇଛି ନବୀନ ବାବୁଙ୍କ ପାଇଁ । ଇଏ କେବଳ ରଙ୍ଗ ବଦଳାଇବା ସରକାର ।