19.1 C
Bhubaneswar
Monday, November 25, 2024
Homeଓଡିଶାନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା

ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା

ବାଲେଶ୍ଵର: ମେଡିକାଲ ପାଇଖାନା ନିକଟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର । ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି।

ନିଷ୍ଠୁର ହୋଇଗଲା ଜନ୍ମକଲା ମାଆ। ନବଜାତ ଶିଶୁକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଦେଲା । ଲୋକମାନେ ନବଜାତ ଶିଶୁ ପୁତ୍ରକୁ ଦେଖି ଉଦ୍ଧାର କରିଥିଲେ । ଶିଶୁଟିର ଅବସ୍ଥା ଏବେ ସ୍ଥିର ଥିବାବେଳେ ତାକୁ ଏସଏନସି ୟୁ ରେ ଭର୍ତ୍ତି କରାଯାଇଛି । ନବ ଜାତକର ମା’ ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି । କିଏ ଶିଶୁ ପୁତ୍ର ଫିଙ୍ଗିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ,ଶିଶୁ କନ୍ୟା ଅଧିକାଂଶ ସମୟରେ ଅଲୋଡା ହୋଇଥାନ୍ତି । କିଏ ଝିଅ ହେବା ଫଳରେ ରାସ୍ତାରେ ଛାଡି ପଳାଉଛନ୍ତି ତ ଆଉ କିଏ ଅଳିଆ ଗଦାରେ ଫୋପାଡୁଥିବାର ନଜିର ରହିଛି । କିନ୍ତୁ ଶିଶୁପୁତ୍ରକୁ ଅଲୋଡା ଭାବରେ ଫୋପାଡି ଦିଆଯାଇଥିବାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking