16.1 C
Bhubaneswar
Saturday, December 28, 2024
Homeଓଡିଶାସମସ୍ତ କଲେଜକୁ ଚିଠି ଲେଖିଲେ ପରିକ୍ଷା ନିୟନ୍ତ୍ରକ; ଆଡମିଟ୍‌କାର୍ଡ ଡାଉନଲୋଡ କରିବା ସହ ସିଏନ୍‌ଆର୍ ଦାଖଲ...

ସମସ୍ତ କଲେଜକୁ ଚିଠି ଲେଖିଲେ ପରିକ୍ଷା ନିୟନ୍ତ୍ରକ; ଆଡମିଟ୍‌କାର୍ଡ ଡାଉନଲୋଡ କରିବା ସହ ସିଏନ୍‌ଆର୍ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ୨୦୨୩ +୨ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୧ରୁ ଆରମ୍ଭ ହେବାକୁ ଥିବାବେଳେ ଥିଓରୀ ପରୀକ୍ଷା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ତେବେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ପରୀକ୍ଷାର୍ଥୀଙ୍କ ଆଡମିଟ୍‌କାର୍ଡ ଡାଉନଲୋଡ କରିବା ସହ ସିଏନ୍‌ଆର୍ (କାଉନସିଲ ନୋମିନାଲ ରୋଲ) ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ ଫର୍ମାଟରେ ପ୍ରସ୍ତୁତ କରି ଫେବୃଆରୀ ୮ତାରିଖ ସୁଦ୍ଧା ଦାଖଲ କରିବାକୁ ପରୀକ୍ଷା ନିୟାନ୍ତ୍ରକ ଡ. ଅଶୋକ କୁମାର ନାୟକ ଜୁନିୟର କଲେଜର ଅଧ୍ୟକ୍ଷକଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି ।

ପ୍ରକାଶଥାଉ କି, ଏଥର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ୩ଲକ୍ଷ ୫୮ହଜାର ୪୯୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା ଲାଗି +୨ ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୧୫୯୦ ଜୁନିୟର କଲେଜରୁ ୧୧୪୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜକୁ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା କରାଯିବ । ସେହିପରି ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଲାଗି ପ୍ରଶ୍ନପତ୍ର ସୁରକ୍ଷାକୁ ଗୁରୁତ୍ୱ ଦେଇ ୨୦୨ଟି ହବ୍‌କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହି ହବ୍‌କେନ୍ଦ୍ରରେ ପ୍ରଶ୍ନପତ୍ର, ଉତ୍ତରଖାତା, ଆଦି ରଖାଯିବ । ସେହିପରି ସମସ୍ତ କଲେଜରେ ପ୍ରାକ୍ଟିକାଲ କରାଯିବ । ସବୁ ପ୍ରାକ୍ଟିକାଲ ରୁମରେ ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ପରୀକ୍ଷା ଶେଷ ହେବା ପରେ ଫେବୃଆରୀ ୧୭ତାରିଖ ସୁଦ୍ଧା ପ୍ରାକ୍ଟିକାଲ ଉତ୍ତରଖାତା ଏବଂ ମାର୍କ ସିଏଚ୍‌ଏସ୍‌ଇରେ କଲେଜ କର୍ତ୍ତୃପକ୍ଷ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking