27.1 C
Bhubaneswar
Sunday, September 29, 2024
Homeଓଡିଶାତିନି ରଥର ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ସମ୍ପନ୍ନ

ତିନି ରଥର ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ସମ୍ପନ୍ନ

ପୁରୀ: ରଥ ନିର୍ମାଣର ଷୋଡଶ ଦିବସ ରେ ତିନି ରଥର ନିର୍ମାଣକାରୀ ସେବକ ବୃନ୍ଦ ରଥ ଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ପୂର୍ବକ ତିନି ରଥ ମୁଖ୍ୟ ବିଶ୍ୱକର୍ମା ଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
ଆଜି ପୂର୍ବାହ୍ନରେ ତିନି ରଥର ନାହାକା ଅଖ ନିର୍ମାଣ ଅନୁକୂଳ ପୂଜା ତିନି ରଥ ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପନ୍ନ ।
ଆସନ୍ତା ବୁଧବାର ତା୨୯.୫.୨୦୨୪ ରିଖ ପବିତ୍ର ଭଉଁରୀ ତିଥିରେ ଚକା ଡେରା ନୀତି ପାଳିତ ହେବାକୁ ଥିବାରୁ ରଥ ଖଳା ଚଳଚଞ୍ଚଳ ହୋଇଉଠିଛି । ସେଥିପାଇଁ ଆଜି ପୂର୍ବାହ୍ନରେ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖ ର ଅନୁକୂଳ ପୂଜା ତିନି ରଥ ର ମୁଖ୍ୟ ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପନ୍ନ ପରେ ତିନି ରଥର ମହାରଣା ସେବକଙ୍କ ମାନେ ନାହାକା ଅଖ ର ଦୁଇ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ପରେ ମାଠେଣୀ କାର୍ଯ୍ୟ ଜାରୀ ରହିଥିଲା ।
ତାଳଧ୍ୱଜ ରଥ ଚାଳି :
ତାଳଧ୍ୱଜ ରଥର ମୋଟ ୧୪ ଚକ ମଧ୍ୟରୁ ୨ ଗୋଟି ନାହାକା ଚକ ଏବଂ ୨ଗୋଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଅଛି । ତଥା ଆଉ ଦୁଇ ଗୋଟି ପଡ଼ି ନାହାକା ଚକ ମଧ୍ୟରୁ ଗୋଟିକର ଅର ସାଲ ଶେଷ ହୋଇ, ପଇ ବିନ୍ଧ ଚାଲୁ ରହିଛି । ପଇ ବିନ୍ଧ ଶେଷ ହେବାପରେ ପଞ୍ଚମ ଚକରେ ପଇ ସଂଯୋଗ ହେବ । ଏଥିସହ ଆଜି ତାଳଧ୍ୱଜ ରଥର ଦୁଇଟି ୨୦ ଫୁଟିଆ ଓରା କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି (ଏହି ଓରା ଚାରି ନାହାକା ଉପରେ ସଂଯୋଗ ପରେ ରଥର ପ୍ରଥମ ଭୂଇଁ ଉଠିବ) ।
ଦର୍ପ ଦଳନ ଚାଳି :
ଦର୍ପ ଦଳନ ରଥର ମୋଟ ୧୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ଚାରି ଗୋଟି ନାହାକା ଚକ ମଧ୍ୟରୁ ତିନି ଗୋଟି ନାହାକା ଚକର ନିର୍ମାଣ ଶେଷ ହୋଇ ଚତୁର୍ଥ ନହାକା ଚକର ପଇ କଳସା କାର୍ଯ୍ୟ ଜାରୀ ରହିଛି, ପଞ୍ଚମ ଚକର ଅରରେ ପଇ ସଂଯୋଗ ହୋଇ ପଇ ବିନ୍ଧରେ କିଳା ବାଡିଆ ହୋଇ କାର୍ଯ୍ୟ ବାକି ରହିଛି । ଏଥିସହ ଦର୍ପଦଳନ ରଥର ଦୁଇଟି ୨୦ ଫୁତିଆ ଓରା କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି ।
ନନ୍ଦିଘୋଷ ରଥ ଚାଳି :
ବନ୍ଦିଘୋଷ ରଥର ମୋଟ ୧୬ ଗୋଟି ଚକରୁ ଆଜି ସୁଦ୍ଧା ୪ଗୋଟି ନାହାକ ଚକର ନିର୍ମାଣ ଶେଷ ହୋଇଅଛି,
୫ମ ଚକର ପଇ କଳସା ପାଇଁ ମାପ ଗାର ପଡ଼ିଅଛି, ୬ଷ୍ଠ ଚକ ତୁମ୍ବରେ ଆର ସଂଯୋଗ ହୋଇ ଅର ସାଲ ଶେଷ ହୋଇଛି ଏଥି ସହ ନନ୍ଦିଘୋଷ ରଥର ଆଜି ସୁଦ୍ଧା ଦୁଇଟି ୨୦ ଫିଟିଆ ଓରା ଚଉପଟ ଶେଷ ହୋଇ, ଚାରୋଟି କୁଡୁକା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।
ରୂପକାର ଚାଳି :
ତିନି ରଥର ରୂପକାର ସେବକ ମାନେ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରିରଖିଛନ୍ତି, ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଜର ଗୁଡ଼ିକର ପଲିସ କାର୍ଯ୍ୟ ଚାଲୁ ରହିଛି ।
ପାହି ମହାରଣା :
ଦୋଳ ବେଦୀ ଠାରେ ଦୁଇଜଣ ପାହି ମହାରଣା ରଥଯାତ୍ରା ରେ ମହାପ୍ରଭୁଙ୍କ ନୀତି ପାଇଁ ଆବଶ୍ୟକ କାଠ ବାଉଁଶ ନିର୍ମିତ ସାମଗ୍ରୀ ନିର୍ମାଣ କରୁଛନ୍ତି । ମହାପ୍ରଭୁଙ୍କ ଅନବସର ପଇତା ବୋଳା ପାଇଁ ୩୦ ଟି କାଠି ଏବଂ ୨୦ ଟି ନଳ ପ୍ରସ୍ତୁତ ଶେଷ କରି ବେଶ ଘୋଡ଼ିଆ, ଚାଙ୍ଗଡ଼ା ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କରୁଛନ୍ତି ଏହି କାର୍ଯ୍ୟ ଶ୍ରୀ ବସନ୍ତ ମହାରଣାଙ୍କ ତତ୍ତ୍ୱାବଧାନରେ ହେଉଅଛି ।
କମାର ଶାଳ :
ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶଳ ରେ ଓଝା ସେବକ ମାନେ ତିନି ରଥର ପନ୍ଦାରି ବଳା ନିର୍ମାଣ ଶେଷ କରି ଦୈନଦିନ ଆବଶ୍ୟକ ପ୍ରକାରେ ଚକ ପାଇଁ ଆବଶ୍ୟକ ଅର କଣ୍ଟା, ତୁମ୍ବ ବଳା, ତିନିରଥ ମହାରଣା ତଥା ଭୋଇ ସେବକ ମାନଙ୍କୁ ଯୋଗାଉଛନ୍ତି ।
ଆଜି ରଥ ନିର୍ମାଣ ର ଷୋଡଶ ଦିବସ ରେ ୭୬ ଜଣ ମହାରଣା, ୬୮ ଜଣ ଭୋଇ, ୪ ଜଣ କରତିଆ, ୨ ଜଣ ତୁମ୍ବ ବିନ୍ଧ କାରିଗର, ୧୯ ଜଣ ରୂପକାର ସେବକ, ୨୧ ଜଣ ରୂପକାର ସେବକ, ୨ ଜଣ ପାହୀ ମହାରଣା ସେବକ ଏବଂ ୧୭ ଜଣ କମାର ସେବକ ଓ ଜଣେ ରଥ ଖଳା ସହାୟକ କାର୍ଯ୍ୟ ରେ ଲାଗିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking