27.1 C
Bhubaneswar
Monday, May 13, 2024
Homeବିଜିନେସ୍ଛଟେଇ ପରେ ସାଲାରୀ କଟ୍ କରିବ ଏହି କମ୍ପାନୀ

ଛଟେଇ ପରେ ସାଲାରୀ କଟ୍ କରିବ ଏହି କମ୍ପାନୀ

ବେଙ୍ଗାଳୁରୁ: ଛଟେଇ ପରେ ସାଲାରୀ କଟ୍ । ନୂଆ କର୍ମଚାରୀଙ୍କୁ ୫୦ପ୍ରତିଶତ ଦରମା କାଟ କରିବାକୁ ନିଷ୍ପତ୍ତି ନେଇଛି ୱିପ୍ରୋ । ପ୍ରତିଷ୍ଠିତ ଆଇଟି କମ୍ପାନୀର ଏହି ନିଷ୍ପତ୍ତିକୁ ବିରୋଧ କରିଛି ଆଇଟି କର୍ମଚାରୀ ୟୁନିଅନ ନାଇଟସ୍ । କମ୍ପାନୀର ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି ସଂଘ କହିଛି । ୱିପ୍ରୋର ଏହି ନିଷ୍ପତ୍ତି ବିଶ୍ୱସ୍ତରରେ ଆର୍ôଥକ ଅନିଶ୍ଚିତତା ଏବଂ ବୈଷୟିକ କମ୍ପାନୀଗୁଡିକର ଚ୍ୟାଲେଞ୍ଜକୁ ପ୍ରତିଫଳିତ କରୁଛି ବୋଲି ବଜାର ପର୍ଯ୍ୟବେକ୍ଷକ ମାନେ କହିଛନ୍ତି । ବେଙ୍ଗାଳୁରୁ ସ୍ଥିତ ଆଇଟି କମ୍ପାନୀ ୱିପ୍ରୋ ଚଳିତ ବର୍ଷ ନୂଆ କର୍ମଚାରୀଙ୍କୁ ୬.୫ ଲକ୍ଷ ପ୍ରତିବର୍ଷ ପ୍ୟାକେଜରେ ଜଏନ କରାଇଥିବା ବେଳେ ୩.୫ଲକ୍ଷ ପ୍ୟାକେଜରେ ଜଏନ କରିବାକୁ କହିଛି । କମ୍ପାନୀର ଏହି ନିଷ୍ପତ୍ତିକୁ ଆଇଟି କର୍ମଚାରୀ ୟୁନିୟନ ନିନ୍ଦା କରିଛି । କମ୍ପାନୀ ଏହି ନିଷ୍ପତ୍ତି ଉପରେ ଆଉ ଥରେ ଚିନ୍ତା କରୁ ବୋଲି ସଂଘ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking