19.1 C
Bhubaneswar
Tuesday, November 19, 2024
Homeଓଡିଶାକୋଭିଡ୍ ମୃତକଙ୍କ ସରକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ କମିଟି ଗଠିତ

କୋଭିଡ୍ ମୃତକଙ୍କ ସରକାରୀ ପ୍ରମାଣପତ୍ର ପ୍ରଦାନ ପାଇଁ କମିଟି ଗଠିତ

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ମୃତ୍ୟୁବରଣ କରିଥିବା ସମ୍ପର୍କୀୟଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା । ରାଜ୍ୟରେ କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରଙ୍କୁ ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏନେଇ କୋଭିଡ୍‌ରେ ମୃତ୍ୟୁବରଣ କରିବା ବ୍ୟକ୍ତିଙ୍କୁ ସରକାରୀ ପ୍ରମାଣପତ୍ର ପ୍ରଦାନ ଲାଗି ଯୋଜନା ବ୍ୟବସ୍ଥା ଆରମ୍ଭ କରିଛନ୍ତି । ସେଥିପାଇଁ ରାଜ୍ୟରେ କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ୍ୟୁର ସରକାରୀ ପ୍ରମାଣପତ୍ର ପାଇଁ ଜିଲ୍ଲାସ୍ତରରେ ତୁରନ୍ତ ଏକ କମିଟି ଗଠନ କରିବା ଲାଗି ନିଷ୍ପତ୍ତି ହୋଇଛି । ସଂପୃକ୍ତ କମିଟି କୋଭିଡ୍ ମୃତକଙ୍କ ପରିବାରବର୍ଗଙ୍କୁ କୋଭିଡ୍ ମୃତ୍ୟୁର ପ୍ରମାଣପତ୍ର ପ୍ରଦାନ କରିବେ । ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ।

ଶ୍ରୀ ଶର୍ମା ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍ ମୃତ୍ୟୁର ଅଫିସିଆଲ ଡକ୍ୟୁମେଣ୍ଟ ପାଇଁ ଗଠିତ କମିଟିରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌, ସିଡିଏମ୍‌ଓ, ଜିଲ୍ଲାରେ ଥିବା ମେଡିକାଲ କଲେଜର ଭେଷଜ ବିଭାଗ ଅଧ୍ୟକ୍ଷ/ବିଭାଗୀୟ ମୁଖ୍ୟ ଓ ସଂପୃକ୍ତ ବିଷୟରେ ଜଣେ ବିଶେଷଜ୍ଞଙ୍କୁ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି । ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁକରଣରେ ଏ ସମ୍ପର୍କିତ ଅଫିସିଆଲ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ । କମିଟି ଗଠନ କରାଯିବା ପରେ ସମ୍ପୃକ୍ତ କମିଟି ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି । ତେଣୁ କୋଭିଡ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ମିଳିବା ଆଶା ଉଜିବୀତ ହୋଇଛି । ଜିଲ୍ଲା ସ୍ତରରେ ଗଠିତ ହେବାକୁ ଥିବା ଏହି କମିଟି ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଯେଉଁ ବ୍ୟକ୍ତି ସେମାନଙ୍କ ପରିବାର କୌଣସି ସଦସ୍ୟ କୋଭିଡ୍‌ରେ ପ୍ରାଣ ହରାଇଥିବା ଓ ସେମାନଙ୍କୁ କୋଭିଡ୍ ମୃତ୍ୟୁ ବୋଲି ଘୋଷଣା କରାଯାଇ ନାହିଁ ବୋଲି ଅନୁଭବ କରିବେ ସେମାନେ ଚାହିଁଲେ ଏହି କମିଟି ନିକଟରେ ଆବେଦନ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking