35.1 C
Bhubaneswar
Monday, June 24, 2024
Homeଓଡିଶାଆସିବା ନୂଆ ଆଇନ ; ସବୁ ଡିଜିଙ୍କ ସହ ମିଟିଂ

ଆସିବା ନୂଆ ଆଇନ ; ସବୁ ଡିଜିଙ୍କ ସହ ମିଟିଂ

ନୂଆଦିଲ୍ଲୀ : ଜୁଲାଇ ପହିଲାରୁ ସାରାଦେଶରେ ଲାଗୁ ହେବ ନୂଆ ଆଇନ । ହଟିବ ବ୍ରିଟିଶ ଶାସନ ଏବଂ ଲାଗୁ ହେବ ଭାରତୀୟ ନିୟମ । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟକୁ ହଟାଇବେ କେନ୍ଦ୍ର ସରକାର । ଆସନ୍ତା ଜୁଲାଇ ମାସରୁ ଲାଗୁ ହେବାକୁ ଯାଉଛି ନୂଆ ପୋଲିସ ଆଇନ୍ । ଭାରତରେ ନୂଆ ସରକାର ଭାବରେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିବା ପରେ ବଦଳିବାକୁ ଯାଉଛି ଭାରତରେ ଚାଲିଥିବା ବ୍ରିଟିଶ ଶାସନ । ଏହାପରେ ଭାରତୀୟ ନ୍ୟାୟ ସଂହିତା ଜୁଲାଇ ମାସରୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି । ଏଣିକି ଜୁଲାଇରୁ ଲାଗୁ କରାଯିବ ଭାରତୀୟ ନାଜରିକ ସଂହିତା । ଭାରତୀୟ ସାକ୍ଷ୍ୟ ଆଇନ୍ ମଧ୍ୟ ଜୁଲାଇ ମାସରୁ ହିଁ ଲାଗୁ ହେବ ବୋଲି କୁହାଯାଇଛି । ଏହି ନୂଆ ନିୟମ ଲାଗୁ କରିବା ନେଇ ଗୃହ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking