27.1 C
Bhubaneswar
Saturday, June 22, 2024
Homeଓଡିଶାଶପଥ ପୂର୍ବରୁ ସାଧାରଣ ଲୋକଙ୍କ ସହ କଥା ହେଲେ ଭାବି ମୁଖ୍ୟମନ୍ତ୍ରୀ

ଶପଥ ପୂର୍ବରୁ ସାଧାରଣ ଲୋକଙ୍କ ସହ କଥା ହେଲେ ଭାବି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ରାଜଧାନୀରେ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଉଥିବା ବେଳେ ରାସ୍ତାରେ ଠିଆ ହୋଇଥିବା କିଛି ସାଧାରଣ ଲୋକଙ୍କ ସହ କଥା ହୋଇଛନ୍ତି ମୋହନ ମାଝୀ । ମୋହନ ମାଝୀ ରାସ୍ତାରେ ଯାଉଥିବାବେଳେ ନିଜର ଗାଡି ଅଟକାଇ ଜଣେ ଗରିବ ମହିଳାଙ୍କ ଦୁଃଖ ଶୁଣିବାକୁ ଗାଡ଼ିରୁ ଓଲ୍ହାଇଥିଲେ । ଖାଲି ସେତିକି ନୁହେଁ କେତେକ ଅଟୋ ଚାଳକଙ୍କ ସହ ମଧ୍ୟ ସେମାନଙ୍କର ସମସ୍ୟା ନେଇ ଆଲୋଚନା କରିଥିଲେ। ଏଣେ ସେ ପରିବହନ ବିଭାଗର ଜଣେ କର୍ମଚରୀଙ୍କ ଅସୁବିଧା ଶୁଣିଥିଲେ। ସମସ୍ତଙ୍କର ଅସୁବିଧା ଦୂର କରିବା ଲାଗି ବିଜେପି ସରକାର ଚେଷ୍ଟା କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଗୋଟିଏ ସରକାର ୨୪ ବର୍ଷ ଶାସନ କରିବା ବେଳେ ସାଧାରଣ ଲୋକଙ୍କ ସମସ୍ୟା ଦୂର ହୋଇଯିବା କଥା, ମାତ୍ର ତାହା ହୋଇ ନ ପାରିବା ଦୁର୍ଭାଗ୍ୟଜନକ। ଅନ୍ୟପକ୍ଷେ ସାଧାରଣ ଲୋକେ ଭାବୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କଥାହୋଇ ଥିବାରୁ ତାଙ୍କ ବ୍ୟବହାର ଓ ମଧୁର କଥାରେ ଖୁସି ପ୍ରକଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking