28.1 C
Bhubaneswar
Saturday, September 26, 2026
Homeଓଡିଶାସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ତେଜୁଛି ଅସନ୍ତୋଷ

ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ତେଜୁଛି ଅସନ୍ତୋଷ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ ହେବାକୁ ଥିବା ଜନଶୁଣାଣିରେ ବନ୍ଦରକୁ ବିରୋଧ କରି ଭିଟାମାଟିକୁ ସୁରକ୍ଷା ଦେବା ପାଇଁ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଛି। ପରିବେଶବିତ୍‌ ତଥା ଗ୍ରୀନ ନୋବେଲ ପୁରସ୍କାରପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ଜମ୍ଭୀରାଇ ପଞ୍ଚାୟତର ବାଲିବିଲ ଗ୍ରାମଠାରୁ ଏହି ଜନ ଜାଗରଣ ଅଭିଯାନ ଆରମ୍ଭ କରି ଚଉମୁଖ ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭେଟି ଜଙ୍ଗଲଜମି ଆଇନ ଓ ବନ୍ଦର ହେଲେ ପରିବେଶ କିପରି ନଷ୍ଟ ହେବେ ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ। ପରିଶେଷରେ ଚଉମୁଖ ଗ୍ରାମରେ ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନାଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking