27.1 C
Bhubaneswar
Wednesday, June 26, 2024
Homeଓଡିଶାରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର କିସ୍ତି ବାବଦରେ ୧,୩୯,୭୫୦ କୋଟି ଟଙ୍କା ଦେଲେ କେନ୍ଦ୍ର ସରକାର

ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର କିସ୍ତି ବାବଦରେ ୧,୩୯,୭୫୦ କୋଟି ଟଙ୍କା ଦେଲେ କେନ୍ଦ୍ର ସରକାର

• ଟିକସ ହସ୍ତାନ୍ତର ବାବଦରେ ଓଡ଼ିଶାକୁ ମିଳିବ ୬୩୨୭ କୋଟି ୯୨ ଲକ୍ଷ ଟଙ୍କା
• ଆଜିର କିସ୍ତିକୁ ମିଶାଇ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୦୨୪ ଜୁନ୍ ୧୦ ତାରିଖ ସୁଦ୍ଧା ରାଜ୍ୟଗୁଡ଼ିକୁ ମୋଟ ୨,୭୯,୫୦୦ କୋଟି ଟଙ୍କା ହସ୍ତାନ୍ତର

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର କିସ୍ତି ବାବଦକୁ ଚଳିତ ମାସ ମୋଟ୍ ୧,୩୯,୭୫୦ କୋଟି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୨୦୨୪ ଜୁନ୍ ମାସର ନିୟମିତ ବିତରଣ ରାଶି ପ୍ରଦାନ ବ୍ୟତୀତ ଗୋଟିଏ ଅତିରିକ୍ତ କିସ୍ତି ପ୍ରଦାନ କରାଯିବ। ଏହା ଦ୍ୱାରା ରାଜ୍ୟ ସରକାରମାନେ ବିକାଶ ଏବଂ ପୁଞ୍ଜି ବ୍ୟୟକୁ ତ୍ୱରାନ୍ୱିତ କରିପାରିବେ । ଟିକସ ହସ୍ତାନ୍ତର ବାବଦରେ ଓଡ଼ିଶାକୁ ୬୩୨୭ କୋଟି ୯୨ ଲକ୍ଷ ଟଙ୍କା ମିଳିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ୨୦୨୪-୨୫ ଅନ୍ତରୀଣ ବଜେଟରେ ରାଜ୍ୟଗୁଡ଼ିକୁ ଟିକସ ହସ୍ତାନ୍ତର ବାବଦରେ ୧୨,୧୯,୭୮୩ କୋଟି ଟଙ୍କା ପ୍ରଦାନ କରିବା ଲାଗି ବ୍ୟବସ୍ଥା ରହିଛି। ଏହି କିସ୍ତି ଜାରି ହେବା ସହିତ ୧୦ ଜୁନ୍ ୨୦୨୪ ସୁଦ୍ଧା ରାଜ୍ୟଗୁଡ଼ିକୁ (୨୦୨୪-୨୫ ଆର୍ଥିକ ବର୍ଷ ପାଇଁ) ମୋଟ ୨,୭୯,୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରାଜ୍ୟଭିତ୍ତିକ ଅର୍ଥରାଶି ପରିମାଣ ନିମ୍ନରେ ଦର୍ଶାଯାଇଛି:

୧) ଆନ୍ଧ୍ରପ୍ରଦେଶ – ୫୬୫୫.୭୨
୨) ଅରୁଣାଚଳ ପ୍ରଦେଶ – ୨୪୫୫.୪୪
୩) ଆସାମ – ୪୩୭୧.୩୮
୪) ବିହାର- ୧୪୦୫୬.୧୨
୫) ଛତିଶଗଡ – ୪୭୬୧.୩୦
୬) ଗୋଆ – ୫୩୯.୪୨
୭) ଗୁଜୁରାଟ – ୪୮୬୦.୫୬
୮) ହରିୟାଣା – ୧୫୨୭.୪୮
୯) ହିମାଚଳ – ୧୧୫୯.୯୨
୧୦) ଝାଡ଼ଖଣ୍ଡ – ୪୬୨୧.୫୮
୧୧) କର୍ଣ୍ଣାଟକ – ୫୦୯୬.୭୨
୧୨) କେରଳ – ୨୬୯୦.୨୦
୧୩) ମଧ୍ୟପ୍ରଦେଶ – ୧୦୯୭୦.୪୪
୧୪) ମହାରାଷ୍ଟ୍ର – ୮୮୨୮.୦୮
୧୫) ମଣିପୁର – ୧୦୦୦.୬୦
୧୬) ମେଘାଳୟ – ୧୦୭୧.୯୦
୧୭) ମିଜୋରାମ – ୬୯୮.୭୮
୧୮) ନାଗାଲାଣ୍ଡ – ୭୯୫.୨୦
୧୯) ଓଡିଶା – ୬୩୨୭.୯୨
୨୦) ପଞ୍ଜାବ – ୨୫୨୫.୩୨
୨୧) ରାଜସ୍ଥାନ – ୮୪୨୧.୩୮
୨୨) ସିକ୍କିମ୍ – ୫୪୨.୨୨
୨୩) ତାମିଲନାଡୁ – ୫୭୦୦.୪୪
୨୪) ତେଲେଙ୍ଗାନା – ୨୯୩୭.୫୮
୨୫) ତ୍ରିପୁରା – ୯୮୯.୪୪
୨୬) ଉତ୍ତରପ୍ରଦେଶ – ୨୫୦୬୯.୮୮
୨୭) ଉତ୍ତରାଖଣ୍ଡ – ୧୫୬୨.୪୪
୨୮) ପଶ୍ଚିମବଙ୍ଗ – ୧୦୫୧୩.୪୬
ମୋଟ ୧୩୯୭୫୦.୯୨

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking