23.1 C
Bhubaneswar
Wednesday, January 15, 2025
Homeଓଡିଶାବେକରେ ଶାଢ଼ୀ ଲଗାଇ ନବବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବେକରେ ଶାଢ଼ୀ ଲଗାଇ ନବବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ପାଞ୍ଚପୀଢ: କରଞ୍ଜିଆ ବ୍ଲକ୍ ଚିତ୍ରପଶି ଠାରେ ଗୁରୁବାର ସକାଳେ ଜଣେ ନବବଧୁର ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କରଞ୍ଜିଆ ବ୍ଲକ୍ ଝୁମକାକୁଦର ଗାଁ’ର ତପସ୍ୱିନୀ ନାଏକ (୧୮), ପିତା କୁଞ୍ଜବିହାରୀ ନାଏକ କରଞ୍ଜିଆ ଚିତ୍ରପଶି ଗାଁ’ର ହୃଷିକେଶ ନାଏକଙ୍କ ସହ ବୈଦିକ ରୀତିରେ ମାର୍ଚ୍ଚ ୧୦ ତାରିଖରେ ବିବାହ ହୋଇଥିଲା । ବିବାହର ମାତ୍ର ୨୭ ଦିନ ପରେ ନବ ବଧୁ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ବାପା କୁଞ୍ଜବିହାରୀ ଏବଂ ଚିତ୍ରପଶି ପଞ୍ଚାୟତ ସରପଞ୍ଚ ଗୀତିଞଳୀ ନାଏକ ଚଢେଇଭୋଳ ଫାଣ୍ଡିକୁ ଆସି ଖବର ଦେଇଥିଲେ ।

ଖବରପାଇ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ସୁଚନ୍ଦ୍ର ମହାଳିକ ଓ ମାଜିଷ୍ଟ୍ରେଟ ଭାବେ କରଞ୍ଜିଆ ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ୍ କରି ବାରିପଦା ସାଇଣ୍ଟିଫିକ ଦଳକୁ ଖ୍ୱର ଦେଇଥିଲେ ।ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ଶବକୁ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ସାଇଣ୍ଟିଫିକ ଦଳ ଅଧିକ ତଦନ୍ତ ଜାରି ରଖିଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ସୁଚନ୍ଦ୍ର ମହାଳିକ ପ୍ରକାଶ କରିଛନ୍ତି । ଘଟଣାଟି ରହସ୍ୟ ଜନକ ଥିବାରୁ ବ୍ୟବଚ୍ଛେଦ ପରେ କାରଣ ସ୍ପଷ୍ଟ ହୋଇ ପାରେ ବୋଲି ଶ୍ରୀ ମହାଳିକ ସୂଚନା ଦେଇଛନ୍ତି । କରଞ୍ଜିଆ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ବଳରାମ ମହାରଣା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking