ଭଦ୍ରକ : ଭଦ୍ରକରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏକ କାର୍ ବିଦ୍ୟୁତ ଖୁଣ୍ଟକୁ ପିଟିବା ପରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୨ ଗୁରୁତର ହୋଇଛନ୍ତି। ରାଣୀତାଲ ଛକ ନିକଟରେ ଭାରସାମ୍ୟ ହରାଇ କାର୍ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି।
ଦୁର୍ଘଟଣାରେ ୨ ଗୁରୁତରଙ୍କୁ କଟକ ଓ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପଶ୍ଚିମବଙ୍ଗରୁ ଯାତ୍ରୀମାନେ କାର୍ ଯୋଗେ ଭୁବନେଶ୍ୱର ଆସୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।