37.4 C
Bhubaneswar
Saturday, June 13, 2026
Homeଦେଶ ବିଦେଶହୁତୁ ହୁତୁ ଜଳିଗଲା କାର୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହୁତୁ ହୁତୁ ଜଳିଗଲା କାର୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପ୍ରୟାଗରାଜ କାନପୁର ରାଜପଥରେ ପୁରମୁଫ୍‌ତି ପୋଲିସ ଷ୍ଟେସନ ଅଞ୍ଚଳରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଯାଇଛି ଏକ କାର୍। ଏହି ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ରିପୋର୍ଟ ଅନୁସାରେ, ରାଜପଥରେ ଏକ ଚଳନ୍ତା କାରରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ କାରରେ ଥିବା ସମସ୍ତ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ କାରରୁ ଡେଇଁ ପଡ଼ିଥିଲେ।। ଏହା ପରେ ପଥଚାରୀମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ବହୁ ପ୍ରୟାସ ରେ ନିଆଁକୁ ଆୟତ୍ତ କରିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କାରଟି ବାମରାଉଲି ଅଞ୍ଚଳ ନିକଟରେ ପହଞ୍ଚିବା ମାତ୍ରେ ହଠାତ୍ ନିଆଁ ଲାଗିଲା ଏବଂ କିଛି ମୁହୂର୍ତ୍ତ ମଧ୍ୟରେ କାରଟି ସମ୍ପୂର୍ଣ୍ଣ ଜଳିଗଲା। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ କୌଣସି ମୃତାହତ ହୋଇନାହିଁ। ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି କେଉଁ କାରଣରୁ ନିଆଁ ଲାଗିଲା ସେନେଇ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking