ନୂଆଦିଲ୍ଲୀ: ପୃଥିବୀ ଚତୁପାଶ୍ୱର୍ରେ ପରିକ୍ରମା କରୁଥିବା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ୨୦୩୦ ବେଳକୁ ଅଚଳ ହୋଇଯିବ । କିନ୍ତୁ ଆମେରିକୀୟ ମହାକାଶ ଏଜେନ୍ସି ନାସା ଅନ୍ୟ ଏକ ଗ୍ରହ ଚତୁପାଶ୍ୱର୍ରେ ଘୂରିବା ପାଇଁ ମହାକାଶ ଷ୍ଟେସନ୍ର ଯୋଜନା କରିଛି । ଏହାର ଯାଞ୍ଚ୍ ପାଇଁ ଗତ ବୁଧବାର ନାସା ମାଇକ୍ରୋୱେଭ୍ ଆକାରର ସାଟେଲାଇଟ୍ ପଠାଇଛି । ଏହାର ନାମ ‘କ୍ୟାପ୍ଷ୍ଟୋନ୍’ । ଏହାର ପୂରା ନାମ ସିସ୍ଲୁନାର ଅଟୋନମସ୍ ପୋଜିସନିଙ୍ଗ ସିଷ୍ଟମ୍ ଟେକ୍ନୋଲୋଜି ଅପରେସନ୍ସ ଆଣ୍ଡ ନାଭିଗେସନ୍ ଏକ୍ସପେରିମେଣ୍ଟ । ଏହି ସାଟେଲାଇଟ୍ ପୃଥିବୀ କକ୍ଷ ବାହାରକୁ ଯାଇଛି । ମହାକାଶ ଷ୍ଟେସନ୍ କେଉଁଠି ଓ କେମିତି ହେବ, ଖୁବ୍ ଶୀଘ୍ର ତାହା କହିବ ।ଏହି ମହାକାଶ ଷ୍ଟେସନ୍ ସାହାଯ୍ୟରେ ମଣିଷର ଚନ୍ଦ୍ର ଯାତ୍ରା ସହଜ ହୋଇଯିବ । ସେତିକି ନୁହେଁ, ମଙ୍ଗଳ ବା ଅନ୍ୟ ଗ୍ରହକୁ ଯାତ୍ରା ପାଇଁ ଏହି ମହାକାଶ ଷ୍ଟେସନ୍ରେ ରହି ମହାକାଶଚାରୀ ଆରାମ କରିପାରିବେ । ଆଉ କିଛି ବର୍ଷ ମଧ୍ୟରେ ନାସାର ନୂଆ ମହାକାଶ ଷ୍ଟେସନ୍ ମହାକାଶରେ ନିର୍ମିତ ହେବ । ଏହା ପୃଥିବୀ କକ୍ଷର ଚତୁପାଶ୍ୱର୍ରେ ପରିକ୍ରମା କରିବ ନାହିଁ, ବରଂ ଚନ୍ଦ୍ର ଚତୁପାଶ୍ୱର୍ରେଘୂରିବ । ଏହାକୁ ଚନ୍ଦ୍ରର ପ୍ରବେଶ ପଥ ବୋଲି କୁହାଯିବ । ପୃଥିବୀ ପରେ ୨ୟ ଥର କୌଣସି ପ୍ରାକୃତିକ ଗ୍ରହ ଚତୁପାଶ୍ୱର୍ରେ ମହାକାଶ ଷ୍ଟେସନ୍ ଘୂରିବ । ଏହା ଯେଉଁ କକ୍ଷରେ ଘୂରିବ, ତାକୁ ନିୟରରେକ୍ଟିଲିନିୟର ହାଲୋ ଅର୍ବିଟ୍ (ଏନ୍ଆର୍ଏଚ୍ଓ) କୁହାଯାଏ । କ୍ୟାପ୍ଷ୍ଟୋନ୍ ସାଟେଲାଇଟ୍ ଚନ୍ଦ୍ର ପାଖରେ ପହଞ୍ଚିବାକୁ ଆହୁରି ୪ ମାସ ସମୟ ଲାଗିବ । ଏହା ପରେ ପ୍ରାୟ ୬ ମାସ ପର୍ଯ୍ୟନ୍ତ ଏହା ଚନ୍ଦ୍ର ଚତୁପାଶ୍ୱର୍ରେ ପରିକ୍ରମା କରିବ । ଏହା ଦ୍ୱାରା ନାସା ଜାଣିପାରିବ ଯେ ଚନ୍ଦ୍ରରେ ପ୍ରବେଶ ଲାଗି ଉଚିତ୍ କକ୍ଷ ଅଛି କି ନାହିଁ ।କ୍ୟାପ୍ଷ୍ଟୋନ୍ ଚନ୍ଦ୍ରର ଉତ୍ତର ମେରୁଠାରୁ ୧୬୦୦ କିମି ଏବଂ ଦକ୍ଷିଣ ମେରୁଠୁ ୭୦ ହଜାର କିମି ଦୂର କକ୍ଷରେ ପରିକ୍ରମା କରିବ । ଥରେ ପରିକ୍ରମା କରିବାକୁ ଏହାକୁ ହାରାହାରି ୭ ଦିନ ସମୟ ଲାଗିପାରେ ।
MISSION UPDATE: Teams are working to re-establish contact with our #CAPSTONE spacecraft which experienced communications issues while in contact with the Deep Space Network. Additional updates will be provided as soon as possible: https://t.co/gRhJKAAZPn pic.twitter.com/IHuurVI5Bm
— NASA Ames (@NASAAmes) July 5, 2022