28.1 C
Bhubaneswar
Saturday, June 28, 2025
Homeବିଜିନେସ୍ଦିନର ଦ୍ୱିତୀୟାର୍ଦ୍ଧରେ ଖସିଲା ପୁଞ୍ଜିବଜାର

ଦିନର ଦ୍ୱିତୀୟାର୍ଦ୍ଧରେ ଖସିଲା ପୁଞ୍ଜିବଜାର

ନୂଆଦିଲ୍ଲୀ: ଦୟନୀୟ ପ୍ରଦର୍ଶନ ପରେ ଗୁରୁବାର ସ୍ଥିର ପ୍ରଦର୍ଶନ ଦେଇଥିଲା ଶେୟାର ବଜାର । ପ୍ରଥମାର୍ଦ୍ଧରେ ସମସ୍ତ ଷ୍ଟକ ନିବେଶକ ମାନଙ୍କୁ ବେଶ ଲାଭବାନ କରାଇଥିଲା । ତେବେ ପ୍ରଥମାର୍ଦ୍ଧା ଦମଦାର ପ୍ରଦର୍ଶନ ପରେ ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଏହାକୁ ଖରାପ କରି ଦେଇଥିଲା ପୁଞ୍ଜିବଜାର । ଦିନରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନରୁ ୮୬୫ ପଏଣ୍ଟ ତଳୁଆ ରହିଥିଲା । ୮୬୫ ପଏଣ୍ଟ ତଳକୁ ଖସିଥିଲେ ହେଁ ୩୩ ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ ୫୫ହଜାର୭୦୨ ପଏଣ୍ଟରେ ରହିଥିଲା । ଅନ୍ୟ ପକ୍ଷରେ ନିଫ୍‌ଟି ମଧ୍ୟ ମାତ୍ର ୫ ପଏଣ୍ଟ ଉପରକୁ ଉଠି ୧୬ ହଜାର ୬୮୩ ପଏଣ୍ଟରେ ରହିଥିଲା । ଏକଦା ନିଫ୍‌ଟି ୧୬୯୪୬ ପଏଣ୍ଟ ଛୁଇଁଥିଲା ।

ନିଫ୍‌ଟି ମିଡ୍ କ୍ୟାପ୍‌-୧୦୦ ଶେୟାର ଗୁଡିକ ୦.୧୦ ପ୍ରତିଶତ ଉପରକୁ ଉଠିଥିବା ବେଳେ ସ୍ମଲ୍ କ୍ୟାପ୍ ଶେୟାର ୦.୭୫ ପ୍ରତିଶତ ଉପରୁଆ ରହିଥିଲା । ଏନ୍‌ଏସ୍‌ଇର ୧୫ଟି ଯାକ ଗଜ୍ ମଧ୍ୟରୁ ଆଇଟି, ମେଟାଲ ଏବଂ ଅଟୋମୋବାଇଲ୍ସ ଲାଭରେ ରହିଥିଲା । ଆଇଟି, ମେଟାଲ ଏବଂ ଅଟୋ ମୋବାଇଲ ଯଥାକ୍ରମେ ୨.୦୭, ୦.୬୨ ଏବଂ ୦.୪୨ ପ୍ରତିଶତ ଲାଭ ପ୍ରଦାନ କରିଥିଲା । ବିଏସ୍‌ଇ ଲିଷ୍ଟେଡ୍ କମ୍ପାନୀ ଗୁଡିକ ମଧ୍ୟରେ ୧୫୨୨ଟି କମ୍ପାନୀର ଅଂଶଧନ ମୂଲ୍ୟ ବଢିଥିବା ବେଳେ ୧୮୧୭ ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ପାଇଥିଲା । ବିଏସ୍‌ଇ-୩୦ କମ୍ପାନୀ ଗୁଡିକ ମଧ୍ୟରେ ନେଷ୍ଟଲେ ଇଣ୍ଡିଆ, ରିଲାଏନ୍ସ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ କ୍ଷତି ସହିଥିବା ବେଳେ ଟେକ୍ ମହିନ୍ଦ୍ରା, ଇନଫୋସିସ୍‌, ଏଚ୍‌ସିଏଲ୍‌ର ଅଂଶଧନ ନିବେଶକଙ୍କୁ ଲାଭ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking