27.1 C
Bhubaneswar
Thursday, March 26, 2026
Homeଓଡିଶାପୂର୍ବ ସରକାରଙ୍କ ଗୁମର ଖୋଲିଲା ସିଏଜି ରିପୋର୍ଟ

ପୂର୍ବ ସରକାରଙ୍କ ଗୁମର ଖୋଲିଲା ସିଏଜି ରିପୋର୍ଟ

ଭୁବନେଶ୍ୱର: ବୁଧବାର ଅପରାହ୍ନରେ ଚଳିତ ବିଧାନସଭାରେ ୬ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟ ପୂର୍ବ ସରକାରଙ୍କ ଗୁମର ଖୋଲିଛି। ସିଏଜି ରିପୋର୍ଟ ଭାରତର ନିୟନ୍ତ୍ରକ ତଥା ମହାଲେଖାପରୀକ୍ଷକଙ୍କ ୨୦୨୨ମାର୍ଚ୍ଚରେ ସମାପ୍ତ ବର୍ଷପାଇଁ ଓଡିଶା ସରକାରଙ୍କ ସମ୍ପର୍କିତ ଅନୁପାଳନ ସମୀକ୍ଷା ପ୍ରତିବେଦନ, ଅନୁସୂଚିତ ଅଞ୍ଚଳରେ ଜମି ପରିଚାଳନା,୨୦୨୩ ମାର୍ଚ୍ଚରେ ସମାପ୍ତ ବର୍ଷପାଇଁ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ସିଏଜି ରିପୋର୍ଟ ଓଡିଶା ବିଧାନସଭାରେ ଉପସ୍ଥାପିତ ହୋଇଛି।

ଏହା ପରେ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନ ମହାଲେଖାକାର ରାଜନୀତି କୁମାର,ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ଅଡିଟ ପୁସ୍ତିକା ଉନ୍ମୋଚନ କରିବା ସହ ଖବରଦାତାମାନଙ୍କୁ ସିଏଜି ରିପୋର୍ଟ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-ମହାଲେଖାକାର ତାନ୍ୟା ଆମ୍ବାସ୍ତା, ଶୁଭମ ସ୍ୱାମୀ,ସଚିନ କ୍ରିଷ୍ଣା କୌଶିକ, ଏସ. ରାଧିକା, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ସୁକାନ୍ତ ମଲ୍ଲ, ଅରୁଣ କୁମାର ସେଠୀ, ଅଶୋକ କୁମାର ନନ୍ଦ,ଶ୍ରୀ ଶ୍ରୀମନ୍ତ ପଣ୍ଡା,ବି.ଏନ ଦାସ ନିରଞ୍ଜନ ପଣ୍ଡା, ହୃଦୟ ରଞ୍ଜନ ବିଶ୍ୱାଳ, ଚିତ୍ରସେନ ମହାନ୍ତି,ଚିନ୍ମୟ ହୋତା ଉପସ୍ଥିତ ଥିଲେ। ରାଜ୍ୟର କୌଣସି ସହରରେ ମାଷ୍ଟର ପ୍ଲାନ ହୋଇନାହିଁ। ପୁରୀର କୌଣସି ହୋଟେଲ କମର୍ସିଆଲ କାଟାଗୋରିରେ ନାହିଁ। ସମସ୍ତ କିସମ ଚାଷ ଜମି ରହିଛି। ଏହା ଦ୍ବାରା ସରକାରଙ୍କ ରାଜସ୍ବ ନଷ୍ଟ ହେଉଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଛି। ଯୋଜନାର ପ୍ରକୃତ ଅର୍ଥ ଥିଲା ମୁଖ୍ୟ ରାସ୍ତା ସହ ସଂଯୋଗ। କେଉଁଠି ସଡ଼କ ନିର୍ମାଣ ହେବ ଏହାକୁ ଜେଇଇମାନେ ନିଜେ ସ୍ଥିର କରିଥିଲେ। ଏନେଇ କୌଣସି ସର୍ଭେ ହୋଇନାହିଁ। ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ମୁଖ୍ୟ ରାସ୍ତା ସହ ସଂଯୋଗ କରିବାର ଲକ୍ଷ୍ୟ ଥିଲା। ଅଧିକାଂଶ ରାସ୍ତା ବ୍ୟବହାରରେ ଆସୁନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କାଳିଆ ଯୋଜନା ପାଇଁ ସରକାର ପ୍ରସ୍ତୁତ ନ ଥିଲେ। ଏଥିରେ ୬ଟି ରୁ ମାତ୍ର ୨ଟି କମ୍ପୋନେଟ ଲାଗୁ ହୋଇଥିଲା। ୪ଟି ଲାଗୁ ହୋଇ ନ ଥିଲା। ୨୦୧୯-୨୧ ବର୍ଷରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ କିସ୍ତି ଦିଆଯାଇଥିଲା। ୪୧.୬୪ ଲକ୍ଷଙ୍କୁ ତିନି ଥର ୮.୦୯ ଲକ୍ଷ ହିତାଧିକାରୀଙ୍କୁ ଦୁଇ ଥର ଏବଂ ୧୫ ଲକ୍ଷ ହିତାଧିକାରୀଙ୍କୁ କେବଳ ଥରେ କିସ୍ତି ପ୍ରଦାନ କରାଯାଇଛି। କାଳିଆରେ ୧୨ ଲକ୍ଷ ୭୨ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଯୋଗୁ ୭୮୨ କୋଟିର ରାଜସ୍ବ କ୍ଷତି ହୋଇଛି।

ଏଥିରେ ବ୍ୟାଙ୍କ ଆକାଉଣ୍ଟର ନାଁ ଏବଂ ଆଧାର ନାମ ଅଲଗା ଥିଲା। ଯେଉଁ କମ୍ପାନୀ ଏହି ୱେବ ତିଆରି କରିଥିଲେ କୋଟିଏ ଟଙ୍କାର କୌଣସି ଟେଣ୍ଡର ହୋଇ ନ ଥିଲା। ଡାଟା ଏଣ୍ଟ୍ରି ହୋଇ ନ ଥିଲା। ଅନେକ ନକଲି ଏବଂ ଜଙ୍କ ମିଳିଥିଲା। ଆବଶ୍ୟକ ତାଲିମ ଓ ଦକ୍ଷତା ବିକାଶ ନ କରି ୧୪.୦୪ ଲକ୍ଷ ଭୂମିହୀନ କୃଷକଙ୍କୁ ସମସ୍ତ କିସ୍ତି ଦିଆଯାଇଥିଲା ଯାହାକି ଯୋଜନାର ଉଦ୍ଦେଶ୍ୟକୁ ସଫଳ କରି ନ ଥିଲା। ଖରାପ ଯୋଜନା ପାଇଁ ଉଭୟ ଭୁବନେଶ୍ବର ଏବଂ ରାଉରକେଲା ସ୍ମାର୍ଟ ସିଟିରେ ଯୋଜନାର ମାତ୍ର ୩୬ ଏବଂ ୩୭ ପ୍ରତିଶତ କାର୍ଯ୍ୟକାରୀ ହୋଇଥିବା ରିପୋର୍ଟ ଦର୍ଶାଯାଇଛି। ଏସସି,ଏସଟି ଛାତ୍ରଛାତ୍ରୀଙ୍କ ବୃତ୍ତି କ୍ଷେତ୍ରରେ ଜାଲିଆତି ହୋଇଛି। ଭୁଲ ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ଆଧାରରେ ୯୭.୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking