38.1 C
Bhubaneswar
Friday, April 24, 2026
Homeଦେଶ ବିଦେଶହୁତୁ ହୁତୁ ହୋଇ ଜଳିଗଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ହୁତୁ ହୁତୁ ହୋଇ ଜଳିଗଲା ବସ୍‌: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କର୍ଣ୍ଣାଟକ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ହୁତୁ ହୁତୁ ହୋଇ ଜଳିଯାଇଛି ଯାତ୍ରୀବାହୀ ବସ୍‌। ବେଙ୍ଗାଲୁରୁ ସହରର ଏଚଏଲର ମୁଖ୍ୟ ଫାଟକ ନିକଟରେ ଘଟିଥିବା ଏହି ଘଟଣାରେ, ଏକ ଚଳନ୍ତା ମହାନଗର ପରିବହନ ନିଗମ (ବିଏମଟିସି) ବସ୍ ହଠାତ୍ ନିଆଁ ଲାଗିଗଲା ହୁତୁ ହୁତୁ ହୋଇ ଜଳିଗଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ୫:୧୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସ୍‌ଟି ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍‌ର ଏକ ବସ୍‌ ଥିଲା ଏବଂ ଏହା ମାଜେଷ୍ଟିକ୍‌ରୁ କାଡୁଗୋଡି ଯାଉଥିଲା। ଯେତେବେଳେ ଏହି ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେତେବେଳେ ଏହି ବସ୍‌ରେ ୬୦ରୁ ଅଧିକ ଯାତ୍ରୀ ଥିଲେ।

ବସ୍ ଚାଲୁଥିବା ସମୟରେ ଇଞ୍ଜିନରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। ଏହି ଦେଖିବା ପରେ, ଡ୍ରାଇଭର ଏବଂ କଣ୍ଡକ୍ଟର ତୁରନ୍ତ ଯାତ୍ରୀମାନଙ୍କୁ ବସରୁ ବାହାର କରିଦେଲେ। ଧୀରେ ଧୀରେ ବସଟି ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା। ଡ୍ରାଇଭରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ରକ୍ଷା କରାଯାଇଥିଲା। ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଲିଭାଇ ଦେଇଥିଲେ। ଘଟଣାଟି ଏଚଏଲ ପୋଲିସ ଷ୍ଟେସନ ସୀମା ମଧ୍ୟରେ ଘଟିଥିଲା। ଘଟଣାକୁ ଗମ୍ଭୀରତାର ସହ ନେଇ, ବିଏମଟିସି ଅଗ୍ନିକାଣ୍ଡର କାରଣ ଖୋଜିବାକୁ ଚେଷ୍ଟା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking