ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ମହାକାଳପଡା ବନାଞ୍ଚଳରେ ବନ୍ୟପ୍ରାଣୀ ଶିକାରୀ ସକ୍ରିୟ ହୋଇପଡିଛନ୍ତି । ଫଳରେ ନିରୀହ ବନ୍ୟଜନ୍ତୁ ଶିକାର କରିବା ପାଇଁ ଶିକାରୀ ବ୍ୟବହାର କରୁଛନ୍ତି ବିପଦପୂର୍ଣ୍ଣ ବିଦ୍ୟୁତ ଫାଶ । ଫଳରେ ଏହି ବିଦ୍ୟୁତ ଫାଶରେ ପଡ଼ି ନିରୀହ ବନ୍ୟଜନ୍ତୁ ଶିକାର ହେଉଥିବାର ନଜିର ରହିଛି । ତେବେ ଏହି ଫାଶରେ ପଡ଼ି ମଣିଷ ଗୃହ ପାଳିତ ପଶୁଙ୍କ ମୃତ୍ୟୁ ହେଉଛି ।
ଏମିତିକି ମଣିଷ ବି ଗୁରୁତର ଆହତ ହେଉଥିବା ଦେଖିବାକୁ ମିଳୁଛି । ଏବେ ପୁଣିଥରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାକାଳପଡା ବ୍ଲକର ପାଣିଖିଆ ଗ୍ରାମରେ । ଗାଁ ପାଖ ନିକଟରେ ଥିବା ଲୁଣା ଜଙ୍ଗଲରୁ ବାରାହା ଧାନ ତଳି ଖାଇବାକୁ ଚାଷ ଜମିରେ ରାତିରେ ଚଳ ପ୍ରଚଳ କରିଥାନ୍ତି । ଖାସ୍ ସେଥିପାଇଁ ବାରାହା ଶୀକାର ପାଇଁ ଶିକାରୀ ପାଣିଖିଆ ଗାଁଠାରୁ ଦୋଳି ଗାଁ ୪ କିଲୋମିଟର ପର୍ଯ୍ୟନ୍ତ ତା’ର ବିଛାଇଥିଲେ ।
ଦୋଳି ଗାଁ ମୁଣ୍ଡରେ ଥିବା ବିଦ୍ୟୁତ ଖୁଣ୍ଟରୁ କରେଣ୍ଟ ସଂଯୋଗ କରିଥିଲେ । ଗୁରୁବାର ରାତିରେ ଧାନ ତଳି ଷଣ୍ଢ ଖାଉଥିବା ବେଳେ ଘଉଡ଼ାଇବା ପାଇଁ ପାଣିଖିଆ ଗ୍ରାମର ରଂଜିତ ମଣ୍ଡଳ ଓ ନାବାଳକ ପୁଅ ଗୌରାଙ୍ଗ ଚାଷ ଜମିକୁ ଯାଇଥିଲେ । ଷଣ୍ଢଟି ଦୌଡ଼ ଯାଇ ବାରାହା ଶୀକାର ପାଇଁ ବିଛାଯାଇଥିବା ତାରରେ ପଡ଼ି ଛଟପଟ ସମୟରେ ରଂଜିତ ମଣ୍ଡଳ ଷଣ୍ଢକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ବିଦ୍ୟୁତ ଫାଶ ପଡ଼ିଯାଇଥିଲେ ପୁଅ ଗୌରାଙ୍ଗ ବାପାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।