27.1 C
Bhubaneswar
Sunday, June 15, 2025
Homeଅପରାଧ୪ ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗି ଦିଅରଙ୍କ ସହ ପଳାଇଲା ଭାଭଜ

୪ ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗି ଦିଅରଙ୍କ ସହ ପଳାଇଲା ଭାଭଜ

ପାଟନା: ଦିଅର ପ୍ରେମରେ ପଡ଼ି ପାଗିଳି ହୋଇ ୪ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗିଲେ ମହିଳା । ଏଭଳି ଘଟଣା ଘଟିଛି ବିହାରର ସୁପେଲରେ । ଅଭିଯୁକ୍ତ ମା’ ଏଭଳି କରିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶିଶୁକୁ ଚାଇଲ୍ଡ ଲାଇନ୍ ସୁପେ?ଲର ଟିମକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ମହିଳାଙ୍କ ନାମ ସୁନୀତା ଦେବୀ ବୋଲି ଜଣାପଡ଼ିଛି ।ମିଳିଥିବା ସୂଚନା ମୁତାବକ, ସୁନୀତାଙ୍କ ସ୍ୱାମୀ ଧୀରେନ୍ଦ୍ର ସାଦା ଅନ୍ୟ ରାଜ୍ୟରେ ଦିନ ମଜୁରିଆ ଭାବେ କାମ କରନ୍ତି ।

ସ୍ୱାମୀ ଦୂରରେ ରହୁଥିବାରୁ ସୁନୀତାଙ୍କର ତାଙ୍କ ଦିଅର ସୁବାଷଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଘଟଣା ଦିନ ଦିଅର ସହ ଫେରାର ହେବା ପୂର୍ବରୁ ସୁନୀତା ନିଜ ଝିଅକୁ କେନାଲ ପାଖ ଅଳିଆ ଗଦାରେ ଫିଙ୍ଗି ଚାଲିଯାଇଥିଲେ । ପାଖ ବିଲରେ କାମ କରୁଥିବା ଜଣେ ମହିଳା ଶିଶୁର କାନ୍ଦ ଶୁଣି ଅଳିଆ ଗଦା ପାଖକୁ ଆସିଥିଲେ । ଶିଶୁକୁ ଅଳିଆ ଗଦାରେ ପଡ଼ିଥିବା ଦେଖି ସେ ଗାଁ ଲୋକଙ୍କୁ ଜଣାଇଥିଲେ । ଗାଁ ?ଲୋକେ ସୁନୀତାଙ୍କ ଝିଅ ବୋଲି ଚିହ୍ନିବା ପରେ ତୁରନ୍ତ ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚିବା ପରେ ସୁନୀତା କିଭଳି ସ୍ୱାମୀଙ୍କ ଅନୁପସ୍ଥିତିରେ ଦିଅର ସହ ପ୍ରେମ ସମ୍ପର୍କ ରଖୁଥିଲେ, ତାହା ଜଣାଇଥିଲେ ଗାଁ ଲୋକେ । ପୂରା ଘଟଣା ବିଷୟରେ ଜାଣିବା ପରେ ସୁପେ?ଲର ଚାଇଲ୍ଡ ଲାଇନ ଟିମକୁ ଶିଶୁକନ୍ୟାର ଦାୟିତ୍ୱ ଦେବା ସହ ଫେରାର ପ୍ରେମୀଯୁଗଳଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking