33.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶଅଧାରୁ ବାହାଘର ଛାଡ଼ି ପରୀକ୍ଷା ଦେବାକୁ କଲେଜରେ ପହଞ୍ଚିଲା କନ୍ୟା, ବାହାରେ ଅପେକ୍ଷା କଲା ବର....

ଅଧାରୁ ବାହାଘର ଛାଡ଼ି ପରୀକ୍ଷା ଦେବାକୁ କଲେଜରେ ପହଞ୍ଚିଲା କନ୍ୟା, ବାହାରେ ଅପେକ୍ଷା କଲା ବର….

ବ୍ୟୁରୋ : ବାହାଘର ପର ଦିନ ଝିଅ ଶାଶୂ ଘରକୁ ବିଦା ନ ହୋଇ ପହଞ୍ଚିଥିଲା ପରୀକ୍ଷା ହଲ୍‌ରେ । ପରୀକ୍ଷାରେ ବୋହୂ ବେଶରେ ନବବଧୂ ନିଜ ପେପର ଲେଖି ସାରିବା ପରେ ଆରମ୍ଭ ହୋଇଥିଲା ବାକି ବିବାହ କାର୍ଯ୍ୟକ୍ରମ । ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଝାନ୍ସୀରେ । ଏଠାରେ ବିବାହ ପର ଦିନ ହିଁ ନିଜ ସ୍ତ୍ରୀକୁ ଧରି ପରୀକ୍ଷା ହଲ୍‌ରେ ପହଞ୍ଚିଥିଲା ବର । ଦିନକ ପୂର୍ବରୁ ସୁଲତାନପୁର ଗାଁରେ ଯେଉଁ ଝିଅ ପାଇଁ ବରଯାତ୍ରୀ ଆସିଥିଲା, ପର ଦିନ ଥିଲା ତା’ ପରୀକ୍ଷା । ବିବାହର ସମସ୍ତ କର୍ମ କରି ସାରିବା ପରେ ସକାଳେ ଯଦି ଝିଅ ବିଦା ହୋଇଥାନ୍ତା ତେବେ ପରୀକ୍ଷା ସରିଯାଇଥାନ୍ତା । ଏଣୁ ଉଭୟ ବର ଓ କନ୍ୟା ପକ୍ଷର ଆଲୋଚନା ପରେ ଝିଅ ପରୀକ୍ଷା ଦେବାକୁ ପହଞ୍ଚିଥିଲା । ପରୀକ୍ଷା ପରେ ସେ ବାକି ବିବାହ କର୍ମ କରିଥିଲା ।

ମଧ୍ୟ ପ୍ରଦେଶର ପୃଥ୍ୱୀପୁରର ବାସିନ୍ଦା ଅଙ୍କୁଶ ସାହୁ ନବବିବାହିତା ପତ୍ନୀ ପୂଜାକୁ ନେଇ ପରୀକ୍ଷା ଦେବାକୁ କଲେଜରେ ପହଞ୍ଚିଥିଲା । ସୁଲତାନପୁରର ପୂଜା ସାହୁ ଯେତେବେଳେ ବିବାହ ପୋଷାକରେ ବିଏ ଦ୍ୱିତୀୟ ବର୍ଷ ପରୀକ୍ଷା ଦେବାକୁ କଲେଜରେ ପହଞ୍ଚିଥିଲା, ସେତେବେଳେ ସମସ୍ତଙ୍କ ନଜର ତା’ ଉପରେ ହିଁ ଅଟକି ଯାଇଥିଲା । ପୂଜା ସହ ତା’ ବର ବି ପରୀକ୍ଷା ହଲ୍ ଯାଏଁ ଯାଇଥିଲା । କଲେଜ ପରିସରରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏଭଳି ଦୃଶ୍ୟ ସମ୍ପୂର୍ଣ୍ଣ ନିଆରା ଥିଲା । ସ୍ତ୍ରୀର ପରୀକ୍ଷା ସରିବା ଯାଏଁ ସ୍ୱାମୀ ବାହାରେ ତାଙ୍କୁ ଅପେକ୍ଷା କରିଥିଲା । ପରୀକ୍ଷା ପରେ ପୂଜା ମିଡିଆ ସହ କଥା ହୋଇ କହିଥିଲେ, ବାପ ଘର ଓ ଶ୍ୱଶୁର ଘର ଲୋକଙ୍କ ସହମତିରେ ସେ ପରୀକ୍ଷା ଦେବାକୁ ଆସିଥିଲେ ।

ଶ୍ୱଶୁର ଘର ଲୋକ ଆଗକୁ ପଢ଼ିବାକୁ ହଁ ଭରିଛନ୍ତି, ଯାହା ତାଙ୍କ ପାଇଁ ଏକ ବଡ଼ କଥା । ଝିଅଙ୍କୁ ବିବାହ ପରେ ପଢ଼ା ଛାଡ଼ିବା ଉଚିତ୍ ନୁହେଁ । ପାଠ ପଢ଼ିଲେ ହିଁ ସେ ଜୀବନରେ କିଛି କରିପାରିବେ । ଏଣୁ ସେ ନିଜ ସବୁ ସାଙ୍ଗକୁ ପାଠ ପଢ଼ି ଜୀବନରେ କିଛି କରିବାକୁ ପରାମର୍ଶ ଦେଇଛନ୍ତି । ଫଳରେ ତାଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ପରୀକ୍ଷା ଦେଇ ସାରିବା ପରେ ବର କନ୍ୟା ପୁଣିଥରେ ଘରକୁ ଫେରି ବାକି କର୍ମ ସାରିଥିଲେ । ତା’ ପରେ ଝିଅ ବିଦା କାର୍ଯ୍ୟକ୍ରମ ହୋଇଥିଲା ଓ ବର ନିଜ ସ୍ତ୍ରୀକୁ ଧରି ଘରକୁ ଫେରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking