29.1 C
Bhubaneswar
Monday, June 23, 2025
Homeଅପରାଧପ୍ରେମିକାକୁ ଧୋକା ଦେବା ସହ ବିବାହ ପାଇଁ ମନା କଲା ପ୍ରେମିକ, ତା’ପରେ କ’ଣ ହେଲା...

ପ୍ରେମିକାକୁ ଧୋକା ଦେବା ସହ ବିବାହ ପାଇଁ ମନା କଲା ପ୍ରେମିକ, ତା’ପରେ କ’ଣ ହେଲା ପଢ଼ନ୍ତୁ….

ଟିଟିଲାଗଡ: ପ୍ରଥମେ ପ୍ରେମ । ପ୍ରେମ ପରେ ସମ୍ପର୍କକୁ ନିବିଡ଼ କରିବା ନେଇ ଉଭୟଙ୍କ ମଧ୍ୟରେ ସ୍ଥାପନ ହେଲା ଶାରୀରିକ ସମ୍ପର୍କ । ଅତି ନିବିଡ଼ ସମ୍ପର୍କକୁ ନେଇ ଅନେକ ସମୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମୋବାଇଲରେ ରେକର୍ଡ କରି ରଖିଲେ ଉଭୟ ପ୍ରେମିକ-ପ୍ରେମିକା । ଧୀରେ ଧୀରେ ସମ୍ପର୍କରେ ଫାଟ ସୃଷ୍ଟି ହେବାରେ ଲାଗିଲା । ବିବାହ ପ୍ରସ୍ତାବ ପ୍ରେମିକ ଦେବାରୁ ଅନେକ ସମୟରେ ଏହି ପ୍ରସଙ୍ଗକୁ ଏଡାଇ ଚାଲିଥିଲା ପ୍ରେମିକ । ପରେ ମୋବାଇଲରେ ରେକର୍ଡ ହୋଇଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡିଓ ଏବେ ଘୁରି ବୁଲୁଛି ମୋବାଇଲରୁ ମୋବାଇଲକୁ ।

ସୂଚନା ଅନୁଯାୟୀ, ଟିଟିଲାଗଡ଼ ସହରର ସିରଭଟା ପଡାର ଜଣେ ଯୁବତୀ ସହ ପୁରୁଣା ଟେନେରୀ ପଡାର ପ୍ରହଲ୍ଲାଦ ମାଝୀ ଓରଫ ସୁରୁ ମାଝୀ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉଭୟ ତିଆରି କରିଥିଲେ । ହେଲେ ପ୍ରେମିକ ଧୋକା ଦେବା ସହ ବିବାହ ପାଇଁ ମନା କରିବା ସହ କୁଆଡେ ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରିଥିବା ନେଇ ସମ୍ପୃକ୍ତ ଯୁବତୀ ଜଣକ ଟିଟିଲାଗଡ଼ ଥାନାରେ ଏକ ମାମଲା ରୁଜୁ କରି ଆଇନ ଆଶ୍ରୟ ନେବା ପରେ ଟିଟିଲାଗଡ଼ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ଘଟଣାକୁ ନେଇ ଟିଟିଲାଗଡ଼ ସହରରେ ଚର୍ଚ୍ଚା ଜୋର ଧରୁଛି । ପ୍ରେମ ସମ୍ପର୍କ ଆଳରେ ଟିଟିଲାଗଡ଼ ଅଞ୍ଚଳ ତଥା ବାହାର ଜିଲ୍ଲା ରାଜ୍ୟକୁ ଯୁବତୀ ଚାଲାଣ ହେବା ସହ ବ୍ୟାପକ ମାତ୍ରାରେ ସେକ୍ସ କାରବାର ହେଉଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking