21.1 C
Bhubaneswar
Tuesday, January 7, 2025
Homeଓଡିଶାମହାପ୍ରୟାଣରେ ପୁଣି ଶବକୁ ଫେରାଇ ଅଣାଗଲା

ମହାପ୍ରୟାଣରେ ପୁଣି ଶବକୁ ଫେରାଇ ଅଣାଗଲା

ପାରଳାଖେମୁଣ୍ଡି:  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସି ମୃତ ଘୋଷିତ ହୋଇଥିବା ଶବକୁ କିଛି ଲୋକ ବ୍ୟବଚ୍ଛେଦ ପୂର୍ବରୁ ଜବରଦସ୍ତି ଉଠାଇ ନେବା ଏବଂ ପରେ ଶବକୁ ଫେରାଇ ଅଣାଯିବା ଆଦି ନେଇ ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ରାମଗିରି ଅଞ୍ଚଳର ଜଣେ ଯୁବକ ଗଛରୁ ପଡ଼ି ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ରାମଗିରିଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବା ଯୋଗୁଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ  ସ୍ଥାନାନ୍ତର କରାଯାଇଥିଲା । ହେଲେ ଏଠାରେ ପାରଳା ଡାକ୍ତରଖାନାରେ ଯୁବକଙ୍କୁ ପରିବାରବର୍ଗ ଆଣି ପହଞ୍ôଚବା ବେଳେ ଜଣଙ୍କ ମୃତ୍ୟୁ ଘଟିଥିବାର ଘୋଷଣା କରାଯାଇଥିଲା ।

ଏହାପରେ ଶବକୁ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯିବ ବୋଲି ଡାକ୍ତରଖାନା ତରଫରୁ ସୂଚନା ଦିଆଯାଇଥିଲା । ହେଲେ କିଛି ଲୋକେ କୌଣସି କାରଣରୁ ଶବକୁ ବିଳମ୍ବିତ ରାତ୍ରରେ ଏକ ଷ୍ଟେଚର୍ ଯୋଗେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରୁ ଶବକୁ ନେଇ ଯାଇଥିଲେ । ଏହା ପରେ ଜିଲ୍ଲା ମୁଖ୍ୟ ପଶୁଚିକିତ୍ସାଳୟ ନିକଟରୁ ଏକ କାର ଯୋଗେ ଶବକୁ ନେବା ପାଇଁ କାରରେ ଶବକୁ ଭର୍ତ୍ତି କରିଥିଲେ । ଇତି ମଧ୍ୟରେ ମୁଖ୍ୟ ଚିକିତ୍ସାଳୟର ଏ ଘଟଣା ନେଇ ଜଣାପଡ଼ିଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ସୁରକ୍ଷାଗାର୍ଡ ଓ ହେଲ୍ପଡେସ୍କ କର୍ମଚାରୀ ଗାଡ଼ି ଯୋଗେ ପିଛା କରି ଶବ ନେଉଥିବା କାରକୁ ଠାବ କରି ଅଟକାଇଥିଲେ । ହେଲେ ଶବ ନେଇଯାଉଥିବା କାରରୁ ଶବକୁ ରାସ୍ତା କଡ଼ରେ ଛାଡ଼ିଦେଇ ସେମାନେ ଚମ୍ପଟ ମାରିଥିଲେ । ପିଛା କରୁଥିବା ହସ୍ପିଟାଲ କର୍ମଚାରୀ ଶବକୁ ମହାପ୍ରୟାଣ ଗାଡ଼ିରେ ପୁଣି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରାଇ ଆଣିଥିଲେ । ଡାକ୍ତରଖାନା ପରିସରରୁ ମୃତ ଦେହକୁ ଏପରି ଭାବେ ଉଠାଇ ନିଆଯିବ ଘଟଣା ଡାକ୍ତରଖାନାର ସୁରକ୍ଷା ବ୍ୟବସ୍ଥାକୁ ନେଇ ନାନାଦି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ଗଜପତି ଜିଲ୍ଲାପାଳ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking