ଯାଜପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସିଂହପୁରରେ ଅଭାବନୀୟ ଘଟଣା ଘଟିଛି । ଖରସ୍ରୋତା କେନାଲ ରୁ ରଶି ଯୋଗେ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଚନ୍ଦନପୁର ପଞ୍ଚାୟତ ଓଳେଇ ଗାଁର ପ୍ରିୟରଞ୍ଜନ ଧଳ ବୋଲି ଜଣାପଡିଛି । ସେ ଜଣେ ଡ୍ରାଇଭର ଭାବେ କାମ କରନ୍ତି । ପ୍ରିୟରଞ୍ଜନଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।