35.1 C
Bhubaneswar
Sunday, May 19, 2024
Homeଓଡିଶାହତ୍ୟା ନା ଆତ୍ମହତ୍ୟା : ବିବାହ ମଣ୍ଡପରୁ ଯୁବକଙ୍କ ମୃତଦେହ ଉଦ୍ଧାର

ହତ୍ୟା ନା ଆତ୍ମହତ୍ୟା : ବିବାହ ମଣ୍ଡପରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଇନ୍‌ଫୋସିଟି ଥାନା ଅନ୍ତର୍ଗତ ମ୍ୟାଗନେଟ୍ ଛକ ନିକଟରେ ଥିବା ଏକ ବିବାହ ମଣ୍ଡପ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତକ ଜଣକ ହେଲେ ଯାଜପୁରର ପ୍ରକାଶ ବଳ । ସେ ଟଙ୍କପାଣି ରୋଡ୍‌ରେ ରହିବା ସହ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ୍ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ । ଏସମ୍ପର୍କରେ ପୋଲିସ ଖବରପାଇ ଘଟଣାସ୍ଥଳେ ପହଞ୍ଚିଥିଲା । ରାତି ହୋଇ ଯାଇଥିବାରୁ ମଣ୍ଡପ କାର୍ଯ୍ୟାଳୟକୁ ପୋଲିସ ତାଲା ପକାଇ ମୃତଦେହକୁ ଜଗି ବସିଛି । ଅନ୍ୟପକ୍ଷେ ପ୍ରକାଶଙ୍କ ଗୋଡ଼ ତଳେ ଲାଗିଥିବାରୁ ପୋଲିସ  ସନ୍ଦେହ କରୁଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଛି, ଏନେଇ ପୋଲିସ  ତଦନ୍ତ ଚଳାଇଛି ।

ଶୁକ୍ରବାର ରାତିରେ ପ୍ରକାଶଙ୍କ ପରିବାରଲୋକେ ଯାଜପୁରରୁ ଆସି ଭୁବନେଶ୍ୱରେ ପହଞ୍ଚିଛନ୍ତି । ସେମାନଙ୍କୁ ପଚରାଉଚରା କରି ପ୍ରକାଶଙ୍କ ସମ୍ପର୍କରେ ପୋଲିସ  ତଥ୍ୟ ହାସଲ କରୁଛି । ସୂଚନା ଅନୁଯାୟୀ, ମ୍ୟାଗନେଟ୍ ଛକରେ ଥିବା ବ୍ଲୁ ଅରର୍ଚିଡ୍ ବିବାହ ମଣ୍ଡପ ପରିସରରର ଏକ ଇଭେଣ୍ଟ୍ ସଂସ୍ଥାରେ ପ୍ରକାଶ କାମ କରୁଥିଲେ । ଶୁକ୍ରବାର ମଧ୍ୟାହ୍ନରେ ସେ ଅଫିସ୍‌ରେ ଥିଲେ । ଅପରାହ୍ଣରେ ସହକର୍ମୀମାନେ ପ୍ରକାଶଙ୍କୁ ଫୋନ୍ କରିଥିଲେ ବି ଫୋନ୍ ଲାଗିନଥିଲା । କୌଣସି କାମରେ ବ୍ୟସ୍ତ ରହିଥିବା ସନ୍ଦେହ କରି ସେମାନେ ଆଉ ଫୋନ୍ କରିନଥିଲେ । ସନ୍ଧ୍ୟାରେ କାମ ରହିଥିବାରୁ ସହକର୍ମୀମାନେ ଖୋଜା ଖୋଜି କରି ଉକ୍ତ ଅଫିସରେ ଆସି ଦେଖିବାବେଳକୁ ପ୍ରକାଶ ଫ୍ୟାନରେ ଝୁଲୁଛନ୍ତି । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳେ ପୋଲିସ  ପହଞ୍ଚି ପ୍ରକାଶଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ପରେ ତାଙ୍କ ପରିବାରଲୋକଙ୍କୁ ଖବର ଦେଇଥିଲା । ଆଜି ସାଇଣ୍ଟିଫିକ୍ ଟିମ୍ ପହଞ୍ôଚ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲ ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking