ସାଲେପୁର : ସାଲେପୁର ବ୍ଲକ ମୁର୍କୁଣ୍ଡି ଗାଁରେ ଘଟିଛି ଅଭବନୀୟ ଘଟଣା । ଚିତ୍ରୋତ୍ପଳା ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ। ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଶୁକ୍ରବାର ମୁର୍କୁଣ୍ଡି ଗାଁ ନିକଟ ଚିତ୍ରୋତ୍ପଳା ନଦୀକୁ କିଛି ଲୋକ ଆସିଥିଲେ । ଗାଧେଇବା ବେଳେ ନଦୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ନେଇ ଦେଖିଥିଲେ ସ୍ଥାନୀୟ ଲୋକେ। ଏହାପରେ ତୁରନ୍ତ ଗାଁ ଲୋକ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହାପରେ ସେଠାରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ମୃତ ଯୁବକ ଜଣଙ୍କ କିଏ ଓ ତାଙ୍କର ଘର କେଉଁଠାରେ ତାହାର କୌଣସି ପତ୍ତା ମିଳିପାରି ନାହିଁ। ସମସ୍ତ ପାରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହା ହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି। ତେଣୁ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।